୩ ମିଲିୟନ ଡଲାରର ସୁପର କାର୍, ନିର୍ମାତା କୋଏନିଗସେଗଙ୍କ ବଡ ଲକ୍ଷ୍ୟ : ଲାଭାକୁ ଇନ୍ଧନ ଭାବେ ବ୍ୟବହାର କରିବାକୁ କରିବେ ଏକ୍ସପେରିମେଣ୍ଟ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ, ୨୧/୦୬:  ଦାମୀ କାର୍ ଏବେ ଲାଭାରେ ତିଆରି ଇନ୍ଧନରେ ଚାଲିବ । ଲାଭା ହେବ ଇନ୍ଧନ । ଏହି ଇନ୍ଧନ ସୁପର୍ କାରରେ ବ୍ୟବହାର ହେବ । ଏନେଇ ୩୦ ଲକ୍ଷ ଡଲାର ବା ୨୧ କୋଟି ଟଙ୍କାର ସୁପର୍ କାର ନିର୍ମାଣ କରୁଥିବା କମ୍ପାନୀ କୋଏନିଗସେଗର  ସିଇଓ କ୍ରିଷ୍ଟିଆନ୍ ଭନ୍ କୋଏନିଗସେଗ୍ କହିଛନ୍ତି । ସ୍ୱିଡେନର ଏହି କାର୍ ପ୍ରସ୍ତୁତକାରୀ କମ୍ପାନୀ ଲାଭା ଉପରେ ଗବେଷଣା ଆରମ୍ଭ କରିଛି ।

କୋଏନଗିଗସେଗ୍ ପ୍ରତିବର୍ଷ ୩୫ ୟୁନିଟ୍ କାର୍ ପ୍ରସ୍ତୁତ କରିଥାଏ । ଏହି ସବୁ ସୁପର୍ ସ୍ପୋର୍ଟ୍ କାର୍ ଅଟେ । କରୋନା ପାଇଁ ଗତ ୨ ବର୍ଷ ହେଲା କାର୍ ବିକ୍ରି ପ୍ରଭାବିତ ହୋଇଥିବା ବେଳେ କମ୍ପାନୀ ଆଗାମୀ ଦିନରେ ୩ ହଜାର ୟୁନିଟ୍ ପ୍ରସ୍ତୁତ କରିବ ବୋଲି ଲକ୍ଷ୍ୟ ରଖୁଛି ।

କ୍ରିଷ୍ଟିଆନ୍ କହିଛନ୍ତି ଯେ, ସେ ୧୯୯୪ରେ ୨୨ ବର୍ଷର ହୋଇଥିବା ବେଳେ କାର୍ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେତେବେଳେ ସେ ଖୁବ୍ ଛୋଟ ଥିଲେ ।ତେବେ କମ୍ପାନୀର ସଫଳତା ପାଇଁ ୮ ବର୍ଷ ସମୟ ଲାଗି ଯାଇଥିଲା । ଏହାପରେ ୨୦୦୨ରେ ସେ କାରର ୮ଟି ନୂଆ ମଡେଲ ବଜାରରେ ଲଞ୍ଚ୍ କରିଥିଲେ । ଏବେ ସେ ଇଲେକ୍ରିକ୍ କାର୍ ଉପରେ ଲକ୍ଷ୍ୟ ରଖିଛନ୍ତି । ଇଲେକ୍ଟ୍ରିକ୍ କାରା ସାମାନ୍ୟା ଭାରି ହେବା ଆବଶ୍ୟକ । କାରଣ ଏହାର ବ୍ୟାଟେରୀକୁ ବଡ କରିବା ଦରକାର । ତେବେ ଏହା କାରରେ ସ୍ପୋର୍ଟ୍ସ ମଡେଲଠୁ ଭିନ୍ନ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମାନ୍ୟ କ୍ରିୟାଶୀଳ ଥିବା ଲାଭା ଅଙ୍ଗାରକାମ୍ଳ ନିର୍ଗତ କରିଥାନ୍ତି । ଏହି ଲାଭାରୁ ମିଥାନଲକୁ ନେଇ ଇନ୍ଧନ ପ୍ରସ୍ତୁତ କରିହେବ । ଏହାକୁ କାରରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ପରିବେଶ ଅନୁକୂଳ ହୋଇପାରିବ । କେବଳ ଅକ୍ଷୟ ଶକ୍ତି ନୁହେଁ ଆଗକୁ ଆହୁରି ମଧ୍ୟ ଅନେକ ପ୍ରଯୁକ୍ତି ବିଦ୍ୟା ଆସୁଛି । ଯାହା ସୀମିତ ଶକ୍ତିର ବିକଳ୍ପ ଭାବେ ଉଭା ହେବ । ଏହିପରି ଭାବେ ଲାଭାରୁ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ଚାଲିଥିବା ଗବେଷଣା ୨ରୁ ୩ ବର୍ଷ ଭିତରେ ଶେଷ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.