ଓଡ଼ିଶାରେ ଯୁକ୍ତ ୨ ବିଜ୍ଞାନରେ ଟପ୍ପର ହେଲେ ସୁଦୀପ ସୁଦର୍ଶନ ରଣା

Published By : Prameya-News7 Bureau | August 12, 2020 IST

ଢ଼େଙ୍କାନାଳ୧୨/୮: ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନର ଗର୍ବ ଆଉ ଗୌରବ ସୁଦୀପ ସୁଦର୍ଶନ ରଣା ଯୁକ୍ତ ୨ ବିଜ୍ଞାନରେ ଓଡିଶା ଟପ୍ପର ହୋଇଛନ୍ତି। ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢି ୨୦୧୮ ମସିହାରେ ୫୮୨ ନମ୍ବର ରଖି ଓଡିଶା ଟପ୍ପର ହୋଇଥିଲେ । ଜୁପିଟର ( ଭୁବନେଶ୍ବର)ରେ ଯୁକ୍ତ ୨ ବିଜ୍ଞାନରେ ପାଠ ପଢି  ୫୭୪ ନମ୍ବର ରଖି ଓଡିଶା ଟପ୍ପର ହୋଇ ଭୁବନ ତଥା ଢେଙ୍କାନଳ ଜିଲ୍ଲା ପାଇଁ ପୁଣି ଥରେ ଗର୍ବ ଆଉ ଗୌରବ ଆଣିଛନ୍ତି ।

{"id":313548,"sizeSlug":"large"}

ମୋଟ ୬ ଶହ ନମ୍ବରରୁ ୫୭୪ ଅର୍ଥାତ ଶତକଡା ୯୫.୬୬ ପ୍ରତିଶତ ନମ୍ବର ରଖି ରାଜ୍ୟରେ ଚଳିତ ବର୍ଷ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ପିତା ରଞ୍ଜନ କୁମାର ରଣା ଜଣେ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଅଛନ୍ତି। ଯାଜପୁର ଜିଲ୍ଲା ମହାନ୍ତିପାଟଣା ଅହିୟାସ ଗ୍ରାମର ବାସିନ୍ଦା ହୋଇଥିଲେ ମଧ୍ୟ ଆଜକୁ ୨୦ ବର୍ଷ ହେବ ଢେଙ୍କାନାଳ ଜିଲ୍ଲା ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ । ସୁଦିପ ସୁଦର୍ଶନ ରଣାଙ୍କର ଭୁବନରେ ଜନ୍ମ ହୋଇଥିଲା । ମାଆ ଭକ୍ତିଲତା ସାହୁ ପୁଅର ଲାଳନ ପାଳନ ପ୍ରତି ବହୁତ ସଜାଗ ଥିଲେ । ସୁଦିପ ସୁଦର୍ଶନ ରଣା ପ୍ରଥମେ ଷଷ୍ଠ ଶ୍ରେଣୀରେ ନବୋଦୟ ଉର୍ତ୍ତୀନ୍ନ ହୋଇ ସରାଙ୍ଗ ସ୍ଥିତ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଥିଲେ ।

{"id":313549,"sizeSlug":"large"}

ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହୁ ନଥିବାରୁ ବାପା ତାଙ୍କୁ ନିଜ ପାଖକୁ ଆଣି ଆସିଥିଲେ । ଅଷ୍ଟମ ଶ୍ରଣୀରୁ ସୁଦିପ ଭୁବନ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସେ ଯଥାର୍ଥର ପ୍ରମାଣିତ କରି ୨୦୧୮ ମସିହା ଦଶମ ପରୀକ୍ଷାରେ ୫୮୨ ନମ୍ବର ରଖି ଓଡିଶା ଟପ୍ପର ହୋଇ ଭୁବନ ପାଇଁ ଆଣିଥିଲେ ଗର୍ବ ଆଉ ଗୌରବ । ଦଶମ ଉତିନ୍ନ ହେଲା ପରେ ଭୁବନେଶ୍ବରସ୍ଥିତ ଜୁପିଟର ମହାବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନରେ ନାମ ଲେଖାଇ ପାଠ ପଢାରେ ମନ ଦେଇଥିଲେ ।

{"id":313550,"sizeSlug":"large"}

ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କର ଅଗାଢ ଭଲ ପାଇବା ଥିଲା ସୁଦିପଙ୍କ ଉପରେ । ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରିକ୍ଷା ଦେଇଥିଲେ । କରୋନା ମହାମାରୀ ପାଇଁ ଫଳାଫଳର କୌଣସି ନିର୍ଯ୍ୟାସ ବାହାରି ନଥିଲା । କିନ୍ତୁ ବିଳମ୍ବରେ ହେଉ ଆଜି ଫଳ ପ୍ରକାଶ ପାଇଥିଲା । ଏହି ପରିକ୍ଷାରେ  ମୋଟ ୬୦୦ ନମ୍ବରରୁ ୫୭୪ ନମ୍ବର ରଖି ପୁଣି ଥରେ ଓଡିଶା ଟପ୍ପର ହୋଇଛନ୍ତି ସୁଦିପ ସୁଦର୍ଶନ ରଣା । ପ୍ରତ୍ୟେକ ଦିନ ସେ ୫ ରୁ ୬ ଘଣ୍ଟା ପରିଶ୍ରମ କରୁଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.