Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସ୍ମାର୍ଟ ସିଟି ଏବେବି ଅପରିଷ୍କାର : ନିୟମ ଏବଂ ଫାଇନ୍ ପରେ ବି ଚେତୁନାହାନ୍ତି ଲୋକେ, ଖୋଲାମେଲାରେ ବେପରଓ୍ବା ଭାବେ କରୁଛନ୍ତି ଏକ-ଦୁଇ

4/03/2020 at 7:16 PM

ଭୁବନେଶ୍ବର ୦୪।୦୩: ସ୍ମାର୍ଟ ସିଟି ଭୁବନେଶ୍ବରକୁ ପରିମଳ ମୁକ୍ତ କରିବାକୁ ହୋଇଛି ବୃହତ୍ତ ଯୋଜନା । ବିଏମସି ପକ୍ଷରୁ ଖୋଲାସ୍ଥାନ ଏବଂ ସର୍ବସାଧାରଣ ସ୍ଥାନରେ  ମଳମୁତ୍ର ତ୍ୟାଗ ଉପରେ କଟକଣା ଲଗାଯାଇଥିଲା।  ବିଭିନ୍ନ ସ୍ଥାନରେ  ଟଏଲେଟ୍‌ ମାନ ତିଆରି ମଧ୍ୟ ହୋଇଛି  ।  ତେବେ ବିଏମସିର ନିୟମକୁ ଫୁ କରିଦେଇଛନ୍ତି  ରାଜଧାନୀ ବାସିନ୍ଦା। ଖୋଲାରେ ମଳତ୍ୟାଗ ଓ ପରିସ୍ରା କରୁଥିବା ବିଏମସିର ୨୦ଟି ସ୍ଥାନ ଚିହ୍ନଟ କରାଯାଇ ଏଠାରେ ବାରମ୍ବାର ସ୍ବାର୍ଡଙ୍କ ଦ୍ବାରା ଚଢାଉ ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି ।

ସ୍ମାର୍ଟ ସିଟି ଭୁବନେଶ୍ବରକୁ ସ୍ବଚ୍ଛ ପରିମଳ ରଖିବାକୁ ହୋଇଥିଲା ବିଭିନ୍ନ ଯୋଜନା । ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ପବ୍ଲିକ୍ ଟଏଲେଟ୍ ,ବାୟୋ ଟଏଲେଟ୍‌ ସହ ଇ-ଟଏଲେଟ୍‌ ମଧ୍ୟ ତିଆରି ହୋଇଛି।  ତେବେ ସଚେତନତା ଅଭାବରୁ ଲୋକେ ଏସବୁକୁ ବ୍ୟବହାର ନକରି ଏଣେତେଣେ ପରିସ୍ରା ଓ ମଳତ୍ୟାଗ କରି ଅପରିଷ୍କାର କରୁଛନ୍ତି  । ବିଏମସି ପକ୍ଷରୁ ଏସବୁର ବ୍ୟବହାର ପାଇଁ  ଫି ବ୍ୟବସ୍ଥା ଥିବାରୁ ଲେ।କେ ଏହାକୁ ବ୍ୟବହାର ନକରି ଏଣେତେଣେ ଅପରିଷ୍କାର କରୁଛନ୍ତି  । ଏଯାଏ ପଇସା ଦେଇ ଟଏଲେଟ୍‌ ବ୍ୟବହାର କରିବା ମାନସିକତା ଲୋକଙ୍କ ମଧ୍ୟରେ ଆସିନଥିବା ଚର୍ଚ୍ଚା ହେଉଛି । ଖେ।ଲାରେ ପରିଶ୍ରା କଲେ ୧୫୦ ଟଙ୍କା ଏବଂ ମଳତ୍ୟାଗ କଲେ ୨ ଶହ ଟଙ୍କା ଆଦାୟ ପାଇଁ ବିଏମସି ପକ୍ଷରୁ ନିୟମ ହୋଇଥିଲେ ମଧ୍ୟ ଲୋକଙ୍କର ଯେମିତି ଏସବୁ ପ୍ରତି ଖାତିର ନାହିଁ ।

ବିଏମସି ପକ୍ଷରୁ ତିଆରି ହୋଇଥିବା ଟଏଲେଟ୍‌ରେ ପରିଶ୍ରା ପାଇଁ ୫ ଟଙ୍କା, ମଳତ୍ୟାଗ ପାଇଁ ୧୦ଟଙ୍କା ଫି ଦେବାର ବ୍ୟବସ୍ଥା ହୋଇଛି । ବିଏମସିର ଜନଗହଳିପୂର୍ଣ ଛକ ତଥା ପ୍ରତି ଶହେରୁ -ଦୁଇ ଶହ ମିଟର ଦୂରତାରେ ଟଏଲେଟ୍ ତିଆରି କରାଯାଇଛି ।

ତେବେ ରାଜଧାନୀର ୨୦ ଟି ସ୍ଥାନ ଯେଉଁଠି ଖୁଲମଖୁଲା ଲୋକେ ପରିଶ୍ରା ଓ ମଳତ୍ୟାଗ କରୁଛନ୍ତି  ସେଠାରେ ବିଭିନ୍ନ ସମୟରେ ବିଏମସି ସ୍କ୍ବାର୍ଡ଼ ଚଢାଉ ମଧ୍ୟ କରୁଛନ୍ତି ।  ଏତେ ସବୁ ସତ୍ବେ ଲୋକଙ୍କ ମଧ୍ୟରେ ସଚେତନତା ଆସୁନାହିଁ । ତେବେ ରାଜଧାନୀକୁ ସରସ ସୁନ୍ଦର ଓ ପରିଷ୍କାର ରଖିବାକୁ ଲୋକଙ୍କ ମଧ୍ୟରେ ଏସବୁକୁ ନେଇ ଆପେଆପେ ସଚେତନତା ବୃଦ୍ଧି ହେବା ଜରୁରୀ ହୋଇ ପଡିଛି ।

   Related Posts