ବାପାଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ଭାସିଗଲା ପୁଅ : ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | June 12, 2021 IST

ଯାଜପୁର,୧୨/୦୬: ବୁଢା ନଦୀରେ ଭାସି ଯାଇ ଯୁବକ ନିଖୋଜ । ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଯାଇଥିବା ବେଳେ ଘଟିଛି ଏଭଳି ଅଘଟଣ । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ଶନିବାର ସକାଳେ ତପୁ ନାୟକ ବୁଢା ନଦୀରେ ପିତାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ କରୁଥିଲେ । ଏହି ସମୟରେ ତାଙ୍କ ଭାଇଙ୍କ ଗୋଡ ଖସି ଯାଇଥିଲା ।ସେ ନିଜ ଭାଇଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବା ସମୟରେ ନିଜେ ଭାସି ଯାଇଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।  ଖବର ପାଇ ଅଗ୍ନିଶମ ବାହିନୀ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.