Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

ନୂଆ ପୁଲିସ କମିଶନର ଭାବେ ଦାୟିତ୍ବ ନେବେ ସୁଧାଂଶୁ ଷଡ଼ଙ୍ଗୀ

20/08/2019 at 6:47 PM

ଭୁବନେଶ୍ବର ୨୦/୮: ଟ୍ବିନ୍‌ସିଟିର ନୂଆ ପୁଲିସ କମିଶନର ଭାବେ ବରିଷ୍ଠ ଆଇପିଏସ୍‌ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ  ଦାୟିତ୍ୱ ଗ୍ରହଣ କରିବେ। ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଅତିରିକ୍ତ ଡିଜି ଭାବେ ଜେଲ ବିଭାଗକୁ ବଦଳି ପରେ କଟକ-ଭୁବନେଶ୍ବର ଦାୟିତ୍ବ ଏବେ ୧୯୯୦ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ଦିଆଯାଇଛି । ତେବେ ନୂଆ ପୁଲିସ କମିଶନରଙ୍କ ପାଇଁ ଅନେକ ଚାଲେଂଜ୍‌ ମଧ୍ୟ ରହିଛି ।

ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଅତିରିକ୍ତ ଡିଜି ଭାବେ ପ୍ରମୋସନ ଦିଆଯାଇ ଜେଲ ବିଭାଗକୁ ବଦଳି କରାଯାଇଥିବା ବେଳେ କଟକ-ଭୁବନେଶ୍ବର କମିଶନରେଟ୍‌ ପୁଲିସର ଦାୟିତ୍ବ ଏବେ ୧୯୯୦ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ଦିଆଯାଇଛି । ବୁଧବାର ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ ନୂଆ କମିଶନର । ତେବେ ଟ୍ବିନ୍‌ସିଟିର ଆଇନ୍‌ ଶୃଙ୍ଖଳା ସ୍ଥିତିକୁ ଦେଖିଲେ ନୂଆ ପୁଲିସ କମିଶନରଙ୍କ ପାଇଁ ଚାଲେଂଜ୍‌ କିଛି କମ୍‌ ନାହିଁ । ଗଲା କିଛି ଦିନ ଧରି ଟ୍ବିନ୍‌ ସିଟିରେ ବଢ଼ୁଥିବା ଲୁଟ୍‌ତରାଜ୍‌ ଉପରେ ପୁଲିସ କିଛିଟା ନିୟନ୍ତ୍ରଣ ଆଣିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଏବେ ବି ସକ୍ରିୟ ଅଛନ୍ତି ଲୁଟେରା । ବାରମ୍ବାର ଧରପଗଡ଼ ସତ୍ବେ ବିଭିନ୍ନ ଅଂଚଳରୁ ଲୁଟେରାଙ୍କ ଦୌରାତ୍ମ୍ୟର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏମିତିରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଉପରେ ରୋକ୍‌ । ବେଆଇନ୍‌ ବନ୍ଧୁକ କାରବାର ଉପରେ ଲଗାମ୍‌ । ଅବାଧରେ ଚାଲିଥିବା ସେକ୍ସ ରାକେଟ୍‌ଗୁଡ଼ିକର ପର୍ଦ୍ଦାଫାସ । ଲୋକଙ୍କୁ ଲୁଟେରାଙ୍କ କବଳରୁ ସୁରକ୍ଷା ଦେବା ନୂଆ ପୁଲିସ କମିଶନରଙ୍କ ପାଇଁ ମୁଖ୍ୟ ଚାଲେଂଜ୍‌ ହେବ । ଏହାକୁ ନେଇ କ’ଣ କହୁଛନ୍ତି ପୂର୍ବତନ ପୁଲିସ ଡିଜି ଆସନ୍ତୁ ଦେଖିବା ।

ଦିନକ ପୂର୍ବରୁ ଖୋଦ୍‌ ଏମଏଲଏ କଲୋନୀରେ  ଜଣେ ବିଧାୟକଙ୍କ ଗାଡ଼ି ପୋଡ଼ିବା ଘଟଣା ରାଜଧାନୀ​‌ରେ ପୁଲିସର ସୁରକ୍ଷା ବ୍ୟବସ୍ଥାର ପୋଲ୍‌ ଖୋଲିଛି । ଯେଉଁଠି ବିଧାୟକମାନେ ସୁରକ୍ଷିତ ନୁହନ୍ତି ସେଠି ସାଧାରଣ ଲୋକଙ୍କ ଅବସ୍ଥା କ’ଣ ତାହା ଜଳ ଜଳ ଦେଖାଯାଉଛି । ସେହିଭଳି କଟକ ସିରିଏଲ୍‌ ମର୍ଡ଼ର ଘଟଣାରେ ଏବେ ବି ପୁଲିସର ଆକ୍ସନ ରିଆକ୍ସନକୁ ନେଇ ବିଭିନ୍ନ ପଶ୍ନ ଉଠିବାରେ ଲାଗିଛି । ଆଗକୁ ପାର୍ବଣ ଆସୁଥିବାରୁ ଟ୍ବିନ୍‌ ସିଟିରେ ଶାନ୍ତି ଶୃଙ୍ଖଳା ଓ  ସୁରକ୍ଷା ବ୍ୟବସ୍ଥା କମିଶନରେଟ୍‌ ପୁଲିସ ପାଇଁ ବେଶ୍‌ ଗୁରୁତ୍ବ ବହନ କରୁଛି ।

   Related Posts