ଭିଡିଓ କନଫରେନ୍ସିଂରେ ସମସ୍ତ ଆଇଆଇସି, ଏସିପି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ କମିଶନର ସୁଧାଂଶୁ ଷଡଙ୍ଗୀ

Published By : Prameya-News7 Bureau | April 28, 2020 IST

ଭୁବନେଶ୍ବର୨୮/୪: କରୋନା ମୁକାବିଲାରେ ପୋଲିସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ମଙ୍ଗଳବାର କରୋନା ମୁକାବିଲା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ୍ କମିଶନର। ଏହି ଆଲୋଚନାରେ ସମସ୍ତ ଥାନାର ଆଇଆଇସି, ଏସିପି, କଟକ ଭୁବନେଶ୍ବର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡାକ୍ତରମାନେ ମଧ୍ୟ ସାମିଲ ଥିଲେ। କରୋନା ସମୟରେ କର୍ମକ୍ଷେତ୍ରରେ କାର୍ଯ୍ୟରତ ପୋଲିସ୍‌ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି କମିଶନର। କମିଶନରେଟ୍‌ ଅଧୀନର କାର୍ଯ୍ୟରତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଖୁବଶୀଘ୍ର ସ୍ବାବ୍‌ ଟେଷ୍ଟ କରାଯିବ ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.