Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଦୁଃଖ ଜଣାଇଥିଲେ ସୁଧା ଚନ୍ଦ୍ରନ୍, ବିମାନବନ୍ଦରରେ ହୋଇଥିବା ଅସୁବିଧା ପାଇଁ କ୍ଷମା ମାଗିଲା CISF

23/10/2021 at 8:20 AM

ମୁମ୍ବାଇ ୨୩/୧୦: ନିକଟରେ ଜଣାଶୁଣା ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଥିଲେ। ସୁଧା କହିଥିଲେ, ଯେତେବେଳେ ବି ବିମାନବନ୍ଦରକୁ ଯାଆନ୍ତି ସୁରକ୍ଷା ଯାଞ୍ଚ ସମୟରେ ତାଙ୍କୁ ପ୍ରୋଥେଟିକ୍ ଅଙ୍ଗ କାଢିବାକୁ କୁହାଯାଇଥାଏ। CISF ହେତୁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବର୍ତ୍ତମାନ ଏହା ଉପରେ ଟୁଇଟ୍ କରି ସିଏସ୍ଏଫ୍ କ୍ଷମା ପ୍ରାର୍ଥନା କରିଛି।

ସିଏସ୍ଏଫ୍ ଟ୍ୱିଟରରେ ଲେଖିଛି, ‘ସୁଧା ଚନ୍ଦ୍ରନଙ୍କୁ ଆମ ପାଇଁ ହୋଇଥିବା ଅସୁବିଧା ହେତୁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ପ୍ରୋଟୋକଲ୍ ଅନୁଯାୟୀ, ସୁରକ୍ଷା ଯାଞ୍ଚ ସମୟରେ ପ୍ରୋଥେଟିକ୍ସକୁ ବାହାର କରିବାକୁ ପଡିବ, ତାହା କେବଳ ବିଶେଷ ପରିସ୍ଥିତିରେ। ମହିଳା ସିଏସ୍‌ଏଫ୍‌ କର୍ମଚାରୀମାନେ ସୁଧା ଚନ୍ଦ୍ରନଙ୍କୁ ପ୍ରୋଥେଟିକ୍ସ ହଟାଇବାକୁ କାହିଁକି କହିଥିଲେ ତାହା ଆମେ ଅନୁସନ୍ଧାନ କରିବୁ। ଆମେ ସୁଧା ଚନ୍ଦ୍ରନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଆମର ସମସ୍ତ କର୍ମଚାରୀ ପ୍ରୋଟୋକଲରେ ପୁନଃ ସମ୍ବେଦନଶୀଳ ହେବେ ଯାହା ଦ୍ୱାରା ଯାତ୍ରୀମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।’

ଏଥି ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, ‘ସୁଧା ଜୀ, ମୁଁ ଜାଣି ଦୁଃଖିତ ଏବଂ ମୁଁ ଆପଣଙ୍କୁ କ୍ଷମା ମାଗୁଛି। ଏହା ଦୁଃଖ ଦାୟକ। କାହାକୁ ବି ଏଇ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ନାହିଁ। ମୁଁ ବ୍ୟକ୍ତିଗତ ଭାବରେ ଏହି ସମସ୍ୟାକୁ ଦେଖିବି ଏବଂ ଏହାକୁ ସଂଶୋଧନ କରିବାକୁ ଚେଷ୍ଟା କରିବି।’

   Related Posts