ଅଚାନକ ଖରାପ ହୋଇଗଲା ଭ୍ୟାକସିନ୍ ଫ୍ରିଜର୍, ଟିକା ନଷ୍ଟ ହେବା ଆଗରୁ ରାତି ଅଧିଆ ହସ୍ପିଟାଲ ଦୌଡିଲେ ଲୋକେ

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧/୦୧ : ନ୍ୟୁୟର୍କ ସିଏଟଲର ଏକ ହସ୍ପିଟାଲରେ ଟିକା ନେବା ପାଇଁ ଲମ୍ବାଲାଇନ୍ ଦେଖିବାକୁ ମିଳିଥିଲା । ଏହାର କାରଣ ମଧ୍ୟ ଥିଲା ଆଶ୍ଚର୍ଯ୍ୟ କରିଲା ଭଳି । ଗତ ଗୁରୁବାର ରାତିରେ ହସ୍ବିଟାଲର ଏକ ଫ୍ରିଜର୍‌ ହଠାତ ଖରାପ ହୋଇଯାଇଥିଲା । ଯେଉଁଥିରେ କି ମଡର୍ଣ୍ଣା ଭ୍ୟାକସିନ୍‌ ରଖାଯାଇଥିଲା । ତେବେ ଫ୍ରିଜର୍ ଖରାପ ହେବା ପରେ ଭ୍ୟାକସିନ୍ ଖରାପ ହୋଇଯିବାର ଭୟ ଦେଖାଦେଇଥିଲା । ଉକ୍ତ ଫ୍ରିଜରରେ ପ୍ରାୟ ୧୬୦୦ ମଡର୍ଣ୍ଣା ଟିକା ଷ୍ଟକ୍‌ ଥିଲା ।

ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ଯେ, ଭ୍ୟାକସିନ୍ ଖରାପ ହେବା ଆଗରୁ ତୁରନ୍ତ ଲୋକମାନଙ୍କୁ ଟିକାକରଣ କରିବା ପାଇଁ । ସ୍ଥାନୀୟ ଲୋକମାନଙ୍କୁ ଏ ନେଇ ସୂଚନା ଦିଆଯାଇଥିଲା । ଲୋକମାନଙ୍କୁ କୁହାଯାଇଥିଲା ଯେ, ଯଦି ସେମାନେ ତୁରନ୍ତ ଆସି ହସ୍ପିଟାଲରେ ପହଞ୍ଚନ୍ତି ତେବେ ସେମାନଙ୍କୁ ଟିକା ଦିଆଯିବ ।

ଏହି ଖବର ପାଇବା ପରେ ସିଏଟଲ୍‌ ହସ୍ପିଟାଲ ସାମ୍ନାରେ ଲୋକମାନଙ୍କ ଭିଡ ଜମିଯାଇଥିଲା । ଟିକା ନେବା ପାଇଁ ହସ୍ପିଟାଲ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ରାତି ସାରା ଲୋକମାନଙ୍କୁ ଭ୍ୟାକସିନ୍‌ ଦିଆଯାଇଥିଲା । ତେବେ ଭ୍ୟାକସିନ୍‌ ଖରାପ ହେବା ଆଗରୁ ସ୍ଥାନୀୟ ଲୋକମାନଙ୍କୁ ଟିକାକରଣ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.