ହଠାତ୍ ଫାଟିଲା ହନୁମାନଙ୍କ ମୂର୍ତ୍ତି : ମୂର୍ତ୍ତି ଭିତରୁ ଯାହା ବାହାରିଲା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ
11/07/2019 at 5:46 PM

ବୁଲନ୍ଦସହର ୧୧/୭: ବୁଲନ୍ଦସହରର ଅନୁପସହରରେ ହନୁମାନଙ୍କ ୭୦ବର୍ଷ ପୁରୁଣା ମୂର୍ତ୍ତି ରହସ୍ୟମୟ ଭାବରେ ହଠାତ୍ ଫାଟିଯାଇଥିଲା ଏବଂ ମୂର୍ତ୍ତି ଭିତରୁ ଆଉ ଏକ ହନୁମାନଙ୍କ ମୂର୍ତ୍ତି ପ୍ରକଟ ହୋଇଥିଲା।

ଏହି ଚମତ୍କାର ଘଟଣାକୁ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ଘଟଣା ପରଠୁ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ପ୍ରତ୍ୟେକ ବ୍ୟକ୍ତି ଏହା ବିଷୟରେ ଜାଣିବା ପାଇଁ ଉତ୍ସୁକ ଥିଲେ।

ଅନୁପସହରର ଧର୍ମଶାଳାରେ ଥିବା ପ୍ରାଚୀନ ହନୁମାନ ମନ୍ଦିରରେ ଗତ ମଙ୍ଗଳବାର ହନୁମାନଙ୍କ ପୂଜା ଅର୍ଚ୍ଚନା ଚାଲିଥିବାବେଳେ ହଠାତ୍ ହନୁମାନଙ୍କ ମୂର୍ତ୍ତି ଫାଟି ଯାଇଥିଲା ଏବଂ ଏହି ମୂର୍ତ୍ତି ଭିତରୁ ଆଉ ଏକ ହନୁମାନଙ୍କ ମୂର୍ତ୍ତି ପ୍ରକଟ ହୋଇଥିଲା। ଏହି ଘଟଣାକୁ ଦେଖି ଶ୍ରଦ୍ଧାଳୁ ଆଚମ୍ବିତ ହୋଇଯାଇଥିଲେ।

ଏହି ଚମତ୍କାର ଘଟଣାର ସୂଚନା ସହରରେ ନିଆଁ ଭଳି ବ୍ୟାପି ଯାଇଥିଲା। ଲୋକେ ଭିନ୍ନ ଭିନ୍ନ କଥା କହିଲେ। ଏହି ଅଦ୍ଭୁତ ଘଟଣା ଦ୍ବାରା ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ କେତେକ ଲୋକେ ଏହାକୁ ଅନ୍ଧବିଶ୍ବାସ ବୋଲି କହିଥିଲେ।
