ହଠାତ ଚଳନ୍ତା ଟ୍ରେନ୍‌ ଉପରେ ପଡ଼ିଲା ବଡ଼ ବଡ଼ ପଥର, ୭ ବଗି ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ୨୩୪୮ ଯାତ୍ରୀ

Published By : Prameya-News7 Bureau | November 12, 2021 IST

ବେଙ୍ଗାଲୁରୁ ୧୨/୧୧: ହଠାତ ପାହାଡ଼ରୁ ଟ୍ରେନ୍‌ ଉପରେ ପଡ଼ିଲା ବଡ଼ ବଡ଼ ପଥର। ଅଳ୍ପକେ ବଞ୍ଚିଗଲା ଶହ ଶହ ଜୀବନ। ଟ୍ରେନ୍‌ର ୭ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଯାତ୍ରୀଙ୍କୁ ବସ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ଶୁକ୍ରବାର ଭୋର ସମୟରେ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା କନ୍ନୁର- ବେଙ୍ଗାଲୁରୁ ଏକ୍ସପ୍ରେସ୍‌ର ଦୁଇଟି ତୃତୀୟ ଶ୍ରେଣୀ ଏସି ବଗି ଏବଂ ୪ଟି ସ୍ଲିପର କ୍ଲାସ ବଗି ଲାଇନଚ୍ୟୁତ ହୋଇଥିଲା। ଟ୍ରେନ ସଂଖ୍ୟା ୦୭୩୯୦ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ରେ B1, B2, S6, S7, S8, S9 ଏବଂ S10 ବଗି ପଥର ମାଡ଼ରେ ଟ୍ରେନ୍‌ ଲାଇନ୍‌ରୁ ତଳକୁ ଖସିଯାଇଥିଲା।

{"id":542743,"width":698,"height":465,"sizeSlug":"full","linkDestination":"none"}

ଦୁର୍ଘଟଣା ଟୋପୁର ଏବଂ ଶିଭାଡିର ମଧ୍ୟରେ ମୁଠାପଟିରେ ଘଟିଥିଲା। ଟ୍ରେନ୍‌ରେ ୨,୩୪୮ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ନଭେମ୍ବର ୧୧ ତାରିଖରେ ଟ୍ରେନ୍‌ ସକାଳ ୬.୦୫ରେ କନ୍ନୁର ଷ୍ଟେସନ ଛାଡ଼ିଥିଲା। ତାପରଦିନ ଅର୍ଥାତ ଆଜି ଭୋର ୩.୫ରେ ଦୁର୍ଘଟଣା ଘଟିଥିଲା। ଏନେଇ ଖବର ପାଇ ବେଙ୍ଗାଲୁରୁ ଡିଆରଏମ ଶ୍ୟାମ ସିଂହ ଟିମ୍‌ ସହ ସେଠାରେ ପହଞ୍ଚିଥିଲେ। ରେଳ ଅଧିକାରୀ ଏବଂ ମେଡିକାଲ ଟିମ୍‌ ଦୁର୍ଘଟଣାର ଘଣ୍ଟାଏ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନ୍‌ ଲାଇନ କଡ଼ରେ ଥିବା ପାହାଡ଼ରୁ ବିଶାଳ ପଥର ସବୁ ରେଳ ଧାରଣା ଉପରେ ପଡ଼ି  ରହିଥିବା ଫଟୋ-ଭିଡିଓ ଭାଇରାଲ୍‌ ହେଉଛି। 

{"id":542745,"width":562,"height":575,"sizeSlug":"full","linkDestination":"none"}

ଜେସିବି ମେସିନ୍‌ ଲଗାଇ ଏବେ ସେହି ସବୁ ପଥରୁ ରେଳ ଧାରଣା ଉପରୁ ହଟାଯାଉଛି। ମିଳିଥିବା ସୂଚନା ଅନୁସାରେ, ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଘଟଣାସ୍ଥଳକୁ ୫ଟି ବସ୍‌ ଡକାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବଗିରେ ଥିବା ଯାତ୍ରୀଙ୍କୁ ବସ୍‌ ଯୋଗେ ଟୋପୁର ଏବଂ ବେଙ୍ଗାଲୁରୁ ପଠାଇଯାଇଥିଲା । ଟୋପୁରୁରୁ ୧୫ଟି ବସ୍‌​‌ରେ ଯାତ୍ରୀଙ୍କୁ ନିଜ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି। ଟ୍ରେନ୍‌ ଦୁର୍ଘଟଣା ଯୋଗୁ ସେହି ରୁଟ୍‌ରେ ଥିବା ଅନେକ ଟ୍ରେନ୍‌ର ସମୟ ବଦଳିଥିବା ବେଳେ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.