Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||

ଶିଶୁ ବିଦ୍ୟାମନ୍ଦିର ଆଚାର୍ଯ୍ୟ ଓ ବ୍ୟବସାୟୀଙ୍କ ହଠାତ୍‌ ପରଲୋକ, ଥିଲା କରୋନା ଲକ୍ଷଣ, ସନ୍ଦେହରେ ପରିବାର

26/04/2021 at 11:06 PM

ଗଞ୍ଜାମ, ୨୬/୦୪: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟରତ ଆଚାର୍ଯ୍ୟ ବିଭୂ ପ୍ରସାଦ ପଟ୍ଟନାୟକ ଓ ବରିଷ୍ଠ ବ୍ୟବସାୟୀ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କ ସୋମବାର ଦିନ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଖବରନୁଯାୟୀ, ଦିଗପହଣ୍ଡି ସହରର ସରସ୍ଵତୀ ନଗରରେ ରହିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବ୍ଳକର କରପଡା ପଞ୍ଚାୟତ ଚୁଡଙ୍ଗପୁର ଗ୍ରାମର ସ୍ବର୍ଗତ ଆଚାର୍ଯ୍ୟ ଦୀର୍ଘ ବର୍ଷ ଧରି ଜଣେ ସେନାପତି, ଛାତ୍ରବତ୍ସଳ, ଶାନ୍ତ ସ୍ଵଭାବ ଆଚାର୍ଯ୍ୟ ରୂପେ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଥିଲେ । ଆଚାର୍ଯ୍ୟ ଜଣକ ଗତକାଲି ସାମାନ୍ୟ ଜ୍ବରରେ ପୀଡିତ ହେବା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗତ କିଛିଦିନ ତଳେ ବିଦ୍ୟାମନ୍ଦିରର ଅନ୍ୟତମ ଜଣେ ବରିଷ୍ଠ ଆଚାର୍ଯ୍ୟ ପ୍ରସନ୍ନ କୁମାର ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଆଚାର୍ଯ୍ୟଙ୍କ  ଏଭଳି ମୃତ୍ୟୁରେ ଦିଗପହଣ୍ଡି ସହର ତଥା ଆଖପାଖ ଗ୍ରାମାର ବହୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା ସମେତ ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀକାନ୍ତ ମିଶ୍ର, ଭଗବତୀ ପ୍ରସାଦ ମିଶ୍ର, ଅନୁଷ୍ଠାନ ସଭାପତି ଓ ସଂପାଦକ କୈଳାସ ବେହେରା, ପରିଚାଳନା ସମିତି ସଦସ୍ୟ ବୃନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

ସେହିପରି ଦିଗପହଣ୍ଡି ପୁଞ୍ଜିକୟ ଛକଠାରେ ହାର୍ଡୱେର ଦୋକାନ କରିଥିବା ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀଙ୍କ ମଧ୍ୟ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବାନୁଯାୟୀ, ଉଭୟ ବିଭୂ ଓ ଲକ୍ଷ୍ମୀ କୋଭିଡ ଟେଷ୍ଟ କରିନଥିଲେ ମଧ୍ୟ ସେମାନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା । ଯାହାଫଳରେ ସେମାନେ ଶ୍ଵାସ କ୍ରିୟା ନେବାରେ କଷ୍ଟ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ବ୍ୟବସାୟୀଙ୍କ ଏଭଳି ବିୟୋଗରେ ବଣିକ ସଂଘ ଓ ଦିଗପହଣ୍ଡି ବ୍ୟବସାୟୀ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

   Related Posts