ଚୋରା କରତକଳ ଉପରେ ଅତର୍କିତ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ ବିଭିନ୍ନ ସାମଗ୍ରୀ ଜବତ

Published By : Prameya-News7 Bureau | November 29, 2020 IST

ନୀଳଗିରି୨୯/୧୧: ଦିନକୁ ଦିନ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା କରତକଳ ବୃଦ୍ଧି ପାଇଛି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେଉଛି ସତ ହେଲେ ଚୋରା କରତକଳ କମିବାର ନାଁ ଧରୁନି। ଗତ ଶନିବାର ନୀଳଗିରି ବନବିଭଗ ରେମୁଣା ବ୍ଲକ ଅଧିନରେ ଥିବା ୨ଟି ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାପାତି ଜବତ କରିଛି।

ସୂଚନାଥାଉକି ରେମୁଣା ବ୍ଲକ ଶିଳ୍ପାଞ୍ଚଳ ଥାନା ଅଧିନ ସୁତେଇ ବଡ଼ଗାଁ ଓ ବେଗମପୁର ଅଞ୍ଚଳରେ ବହୁଦିନରୁ ଚୋରା କରତକଳ ଚାଲି ଆସୁଥିଲା। ଏ ସଂପର୍କରେ ଡ଼ିଏଫଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ନୀଳଗିରି ଓ କୂଳଡିହା ବନବିଭାଗ ମାଜିଷ୍ଟ୍ରେଟଙ୍କୁ ନେଇ ଅଚାନକ ଚଢ଼ାଉ କରିଥିଲେ।

୨ଟି କରତକଳରୁ ଲକ୍ଷାଧିକ ଟଙ୍କାର  ନିମ୍ବ, ଗମ୍ବାରୀ, ସାଗୁଆନ, ତୁଣ୍ଡରା ଓ କଷି କାଠ ସହ ଯନ୍ତ୍ରାଂଶ ଜବତ କରାଯାଇଛି। ଘଟଣାସ୍ଥଳରୁ କେହି ଗିରଫ ହୋଇନାହାନ୍ତି। ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ହେମନ୍ତ କୁମାର ନାୟକ,ଏସିଏଫ ତପନ କୁମାର ପରିଡା, ନୀଳଗିରି ରେଞ୍ଜର ମନ୍ବର ଖାଁ , କୂଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର, ଫରେଷ୍ଟର ଦେବରାଜ ରାଉତ,ଶ୍ରୀଧର ଲେଙ୍କା,ସରୋଜ ପ୍ରଧାନ ଓ ଅନ୍ୟ ବନ କର୍ମଚାରି ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.