ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନ ଓ୍ୱିଶ୍, ନିଆରା ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ

Published By : Prameya-News7 Bureau | September 17, 2021 IST

ଭୁବନେଶ୍ୱର ୧୭/୦୯: ଆଜି ୭୧ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ଜନ୍ମଦିନରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ସୋଶିଆଲ୍ ମିଡିଆରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଦେଶର ସାଧାରଣ ନାଗରିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟିକେ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଣାଶୁଣା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

wp:html /wp:html

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କ ଛବି ରହିଛି । ଇଂରାଜୀରେ 'ହାପି ବାର୍ଥଡେ' ମୋଦିଜୀ' ଲେଖାଯାଇଛି । ତେବେ ଏହି ବାଲୁକା କଳାରେ ନିଆରାପଣ ହେଉଛି ଯେ ଏଥିରେ ସେ ଛୋଟ ଛୋଟ ଶଙ୍ଖ ଓ ଶାମୁକାର ବ୍ୟବହାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.