Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ସୁଦାନରେ ସାମରିକ ବିଦ୍ରୋହ : ପ୍ରଧାନମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ଅଫିସରଙ୍କୁ ଅଜଣା ସ୍ଥାନରେ ଅଟକ ରଖିଛି ସେନା, ଇଣ୍ଟରନେଟ୍ ବନ୍ଦ

25/10/2021 at 3:00 PM

ସୁଦାନ, ୨୫/୧୦: ସୁଦାନରେ ରାଜନୈତିକ ସଙ୍କଟ ଦେଖାଦେଇଛି । ପ୍ରଧାନମନ୍ତ୍ରୀଙ୍କୁ ନିଜ କବଜାକୁ ନେଇଛି ସୁଦାନ ସେନା । ଏହାସହ ସରକାରକୁ ଗ୍ରହଣ କରିବାକୁ ମଧ୍ୟ ସେନା ମନା କରିଦେଇଛି । ଦେଶର ସୂଚନା ମନ୍ତ୍ରାଳୟ ସଶସ୍ତ୍ର ବଳ ଦ୍ୱାରା ପ୍ରଧାନମନ୍ତ୍ରୀ ଅବ୍ଦୁଲା ହମଦୋକଙ୍କୁ ସୋମବାର ନିଜ ହେପାଜତକୁ ନିଆଯାଇଥିବା ନେଇ ସୂଚନା ଦେଇଛି ।

ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ମନା କରିଥିଲେ ସେତେବେଳେ ସେନା କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାସହ  ଅବ୍ଦୁଲାଙ୍କୁ କେଉଁ ଏକ ଅଜଣା ସ୍ଥାନରେ ରଖାଯାଇଛି । ସୁଦାନର ଜଣେ ଅଧିକାରୀଙ୍କ କହିବାନୁସାରେ,  ଅବ୍ଦୁଲାଙ୍କୁ ନିଜ ଆଡ୍ଡାକୁ ନେବା ସମୟରେ ସେନାର ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅଟକ ରଖିଛି । ଅନ୍ୟପଟେ ସେଠାକାର ଗଣତନ୍ତ୍ର ଦଳ ସୁଦାନିଜ୍ ପ୍ରୋଫେସନାଲ୍ସ ଆସୋସିଏସନ ଜନତାଙ୍କୁ ସେନା ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଆହ୍ନାନ କରିଛି ।

ଦଳ କହିଛି ଯେ, ଦେଶରେ ଇଣ୍ଟରନେଟ୍ ସେବା କାମ କରୁନାହିଁ । ଫୋନ ମଧ୍ୟ କାମ କରୁନି । ଜାରି ରହିଥିବା ସୈନ୍ୟ ବିଦ୍ରୋହ ଦେଶ ପାଇଁ ବଡ ଝଟକା ହୋଇପାରେ । କାରଣ ଗତ ୨ ସପ୍ତାହ ହେଲା ସେନା ଓ ଜନତାଙ୍କ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି । ପୂର୍ବରୁ ସେପ୍ଟେମ୍ବରରେ ସରକରା ଭାଙ୍ଗିବା ନେଇ ବିଫଳ ପ୍ରୟାସ କରିଥିବା ଦେଶର ମୌଳବାଦୀ ସଙ୍ଗଠନ ସେନାର ବିଦ୍ରୋହକୁ ସମର୍ଥନ କରୁଛି । ସେମାନେ ପୂର୍ବତନ ନିରଙ୍କୁଶ ଶାସକ ଉମର ଅଲ ବଶୀରଙ୍କୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ନେଉବୋଲି ଚାହୁଁଛନ୍ତି ।

ସୂଚନାଯୋଗ୍ୟ, ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଘରକୁ ଅଧିକ ମାତ୍ରାରେ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ଭାଇରାଲ ବିଭିନ୍ନ ଫଟୋରେ ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ଅନେକ ସୈନ୍ୟ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

   Related Posts