ମୟୁରଭଞ୍ଜରେ ବିଲୟ ହୋଇଛି JMM, ସେଠାରେ ଆଉ ନାହିଁ ଜେଏମଏମ ବାନା : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | September 20, 2021 IST

ଭୁବନେଶ୍ବର ୨୦।୯: JMM ମୟୁରଭଞ୍ଜରେ ବିଲୟ ହୋଇଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି, ଆଗରୁ ସେଠାରେ JMM ବାନା ଥିଲା, ଆଜି ନାହିଁ । ଯେଉଁମାନେ ଆସି ମିଶିଲେ, ସେମାନେ ମୋ ଅନୁଗତ ଥିଲେ। ସେମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ସ୍ବାଗତଜଣାଇଛନ୍ତି ସୁଦାମ ମାରାଣ୍ଡି ।

ସେ ଆହୁରି କହିଛନ୍ତି କୋଟିଆରେ ଆମ ପଦକ୍ଷେପ ନେଇଛୁ । ଆମେ ସୁପ୍ରିମକୋର୍ଟ ଯାଇଛୁ। ଆଇନଗତ ଲଢେଇ ଚାଲିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.