ଗଙ୍ଗା ନଦୀ ପରେ ଏବେ ସିନ୍ଧ ନଦୀରୁ ମିଳିଲା ସକରମାଉଥ କ୍ୟାଟଫିଶ୍ : ସ୍ଥାନୀୟ ଲୋକେ ଆତଙ୍କିତ

Published By : Prameya-News7 Bureau | November 19, 2020 IST

ଭିଣ୍ଡ ୧୯/୧୧: ମଧ୍ୟପ୍ରଦେଶର ଭିଣ୍ଡର ସିନ୍ଧ ନଦୀରେ ସକରମାଉଥ କ୍ୟାଟଫିଶ୍ ମିଳିବାରୁ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏହି ସକରମାଉଥ କ୍ୟାଟଫିଶ୍ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ମାଂସାହାରୀ ମାଛ। ଦକ୍ଷିଣ ଆମେରିକାର ଆମାଜନ୍ ନଦୀରେ ଏହି ମାଛ ଦେଖିବାକୁ ମିଳିଥାଏ। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧ ନଦୀର ମେହଦା ଘାଟରୁ ଧରିଛନ୍ତି।

{"id":364146,"width":581,"height":289,"sizeSlug":"large"}

ଏହି ମାଂସାହାରୀ ମାଛ ଦେଖିବାକୁ ଖୁବ୍ ସୁନ୍ଦର। ବର୍ତ୍ତମାନ ବିଶେଷଜ୍ଞ ଏହା ଜାଣିବାକୁ ଉଦ୍ୟମ କରୁଛନ୍ତି ଯେ ପ୍ରକୃତରେ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳୁଥିବା ଏହି ମାଛ ଚମ୍ବଲର ସିନ୍ଧ ନଦୀରୁ କିପରି ମିଳିଛି।

{"id":364143,"sizeSlug":"large"}

ଏହା ପୂର୍ବରୁ ବାରାଣସୀର ରାମନଗରର ରମଣା ପ୍ରବାହିତ ହେଉଥିବା ଗଙ୍ଗା ନଦୀରେ ନାବିକମାନେ ଅଦ୍ଭୁତ ମାଛକୁ ଧରିଥିଲେ। ବିଏଚୟୁର ମାଛ ବିଶେଷଜ୍ଞ ଏହାକୁ ସକରମାଉଥ କ୍ୟାଟଫିଶ୍ ବୋଲି ଚିହ୍ନଟ କରିଥିଲେ। ବୈଜ୍ଞାନିକମାନେ ଏହି ମାଛକୁ ପର୍ଯ୍ୟାବରଣ ପାଇଁ ବିପଦ ବୋଲି କହି ଚିନ୍ତା ପ୍ରକଟ କରିଥିଲେ।

{"id":364148,"sizeSlug":"large"}

ସକରମାଉଥ କ୍ୟାଟଫିଶ୍ ଅନେକ ରଙ୍ଗରେ ମିଳିଥାଏ। ଏହା ଆଖପାଖର ଜୀବଜନ୍ତୁଙ୍କୁ ଖାଇ ଜୀବିତ ରହିଥାଏ।

{"id":364149,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.