ଘରେ ବୁଲିବାକୁ ନଯିବା ପାଇଁ ତାଗିଦ୍‌ କରିବାରୁ କୁମାରପୂର୍ଣ୍ଣିମାରେ ନାବାଳିକାର ଆତ୍ମହତ୍ୟା

Published By : Prameya-News7 Bureau | October 13, 2019 IST

ବାଲିପାଟଣା(ସଂଜୀବ ଦାଶ):-ଅଧୁରା ରହିଗଲା ଚାନ୍ଦପୂଜା । କୁମାରପୂର୍ଣ୍ଣିମାରେ ବୁଲି ଯିବାକୁ ବାରଣ କରିବାରୁ ନାବାଳିକାର ଆତ୍ମହତ୍ୟା । କୁମାର ପୂର୍ଣ୍ଣିମାରେ ସକାଳୁ ଗାଧୋଇ ନୂଆ ତ୍ରେସ୍ ପିନ୍ଧିବ, ସାଙ୍ଗମାନଙ୍କ ସହ ମିଶି ଚାନ୍ଦ ପୂଜା କରିବା ସହ ବୁଲାବୁଲି କରି କୁମାର ପୂର୍ଣ୍ଣିମାକୁ ମନ ଖୁସିରେ ପାଳନ କରିବ । ମାତ୍ର ସବୁକିଛି ଓଲଟପାଲଟ ହୋଇଗଲା ।
ପରିବାର ଲୋକେ ବୁଲିବାକୁ ବାରଣ କରିବାରୁ ସାଙ୍ଗସାଥୀ ସହ ବୁଲାବୁଲି କରିପାରିନଥିଲା ।

ବୁଲିଯିବାପାଇଁ ଅଳିଅଝଟ କରିବାରୁ ଘରେ ଗାଳି ଶୁଣିବାକୁ ପଡିଥିଲା ବାଲିପାଟଣା ଥାନା ପାଣିକଟା ଗ୍ରାମର ୧୫ ବର୍ଷୟା ନାବାଳିକାଙ୍କୁ । ମାନସିକ ଭାବେ ଆଘାତ ପାଇ ଚାଷ ପାଇଁ ଥିବା କୀଟନାଶକକୁ ଖାଇ ଦେଇଥିଲେ । ସଙ୍ଗେ ସଙ୍ଗେ ଅବସ୍ଥା ଗୁରୁତର ହୋଇଯାଇଥିଲା । ପରିବାର ଲୋକେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରେଫର କରିଥିଲେ ଡାକ୍ତର । ଆମ୍ବୁଲାନ୍ସ୍ ନ ମିଳିବାରୁ ବାଇକ୍ ଯୋଗେ କ୍ଯାପିଟାଲ୍‌ ହସ୍ପିଟାଲ୍‌ ନେଇ ଯାଇଥିଲେ ପରିବାର ଲୋକେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.