କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ବଜେଟ୍ ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ପ୍ରତିବାଦ

Published By : Prameya-News7 Bureau | July 07, 2019 IST

କଟକ ୭|୭: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ବଜେଟ ପ୍ରତିବାଦରେ ଆଜି ଏସୟୁସିଆଇ ପକ୍ଷରୁ କଟକ ରେଳ ଷ୍ଟସନ ନିକଟରେ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ବଜେଟ ସମ୍ପୂର୍ଣ୍ଣ ଭାବେ ପୁଞ୍ଜିପତି ମାନଙ୍କୁ ସହାୟକ କରିବା ପାଇଁ ହୋଇଛି ବୋଲି ଏସୟୁସିଆଇ ଅଭିଯୋଗ କରିଛି । କେନ୍ଦ୍ରସରକାର ଏଭଳି ବଜେଟ୍ ଉପସ୍ଥାପନ କରିଛନ୍ତି ଯାହା ସାଧରଣ ଲୋକର ପେଟକୁ ଲାତ ମାରୁଥିବା ଅଭିଯୋଗ କରିଛି । କେବେଳ ସେତିକି ନୁହେଁ ଏହି ବଜେଟ୍ ଫଳରେ ପେଟ୍ରୋଲ ଡିଜେଲ ଦର ମଧ୍ୟ ବଢିବାରେ ଲାଗିଛି । ତେଣୁ ଖୁବ୍ ଶୀଘ୍ର ଏହି ବଜେଟ୍ ସମ୍ପର୍କରେ କେନ୍ଦ୍ର ସରକାର ତର୍ଜମା କରନ୍ତୁ ବୋଲି ଏସୟୁସିଆଇ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.