କେବେ ବଲିଉଡ୍ ଷ୍ଟାରମାନଙ୍କ ସହ କରୁଥିଲେ କାମ, ଆଜି ପେଟ ପୋଷିବା ପାଇଁ ବିକୁଛନ୍ତି ମୋମୋ

Published By : Prameya-News7 Bureau | March 27, 2021 IST

କଟକ ୨୭/୦୩: ୨୦୨୦ ମସିହାରେ କରୋନା ସାଧାରଣ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥିବାବେଳେ ଅନେକ ବଡ ବଡ ସେଲିବ୍ରେଟିମାନେ ମଧ୍ୟ ସେମାନଙ୍କ ଘରେ ବସିବାକୁ ବାଧ୍ୟ ହୋଇଥିଲେ । ଏପରିକି କିଛି ଲୋକଙ୍କୁ ଚାକିରୀ ହରାଇବାକୁ ବି ପଡିଥିଲା । ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଲକଡାଉନ୍ ଯୋଗୁଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ମହିଳା କ୍ୟାମେରା ପରର୍ସନ୍ ସୁଚିସ୍ମିତା ରାଉତରାୟ ।

{"id":429131,"width":636,"height":332,"sizeSlug":"large","linkDestination":"none"}

ଏକଦା ସୁଚିସ୍ମିତା ଦିଗଜ କଳାକାରମାନଙ୍କ ସହିତ କାମ କରୁଥିଲେ, କିନ୍ତୁ ଆଜି ଟଙ୍କା ଅଭାବରୁ ସେ ମୋମୋ ବିକ୍ରିକରି ଚଳୁଛନ୍ତି ।  ସୁଚିସ୍ମିତା କହିଛନ୍ତି,  ୨୦୧୩ ମସିହାରେ ପାଠପଢା ଶେଷ କରିବା ପରେ ସେ ଓଡିଆ ସିନେ ଇଣ୍ଡଷ୍ଟ୍ରିରେ ଆସିଷ୍ଟାଣ୍ଟ ଏଡିଟର୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହାରେ ସେ ମୁମ୍ବାଇ ଯାଇ ସେଠାରେ ସେ ୬ ବର୍ଷ ପାଇଁ ବଲିଉଡରେ ଆସିଷ୍ଟାଣ୍ଟ କ୍ୟାମେରା ପର୍ସନ ଭାବରେ କାର୍ଯ୍ୟ କରିଥିଲେ ।

{"width":644,"height":428}
May be an image of 2 people

ସେ ଆହୁରି ମଧ୍ୟ କହିଛନ୍ତି, ଲକଡାଉନ୍ ସମୟରେ ତାଙ୍କୁ ଓଡିଶାର କଟକସ୍ଥିତ ନିଜ ଘରକୁ ଫେରିବାକୁ ପଡିଥିଲା । କରୋନା କାରଣରୁ ତାଙ୍କୁ ଚାକିରି ମଧ୍ୟ ହରାଇବାକୁ ପଡିଥିଲା । ଚାକିରି ନଥିବା କାରଣରୁ ତାଙ୍କର ସମସ୍ତ ଟଙ୍କା ୮ ମାସ ମଧ୍ୟରେ ସରିଯାଇଥିଲା । ଘରକୁ ଯିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା । ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ଅମିତାଭ ବଚ୍ଚନ ତାଙ୍କୁ ସାହାଯ୍ୟ କରିଥିଲେ । ଘରକୁ ଫେରିବା ପରେ ସୁଚିସ୍ମିତାଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଲା । ପରିବାରର ରକ୍ଷଣାବେକ୍ଷଣ ପାଇଁ ସୁଚିସ୍ମିତା ରାସ୍ତାରେ ଯାଇ ମୋମୋ ବିକ୍ରି କରିବା ଆରମ୍ଭ କଲେ । ମୋମୋ ତିଆରି କରିବାର ରେସିପି ସୁଚିସ୍ମିତା ମୁମ୍ବାଇର ତାଙ୍କ ରୁମମେଟ ପାଖରୁ ଶିଖିଥିଲେ । ଏବେ ସେ ମୋମୋ ବିକ୍ରି କରି ଦିନକୁ ୩୦୦ ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି ।

{"id":429132,"width":643,"height":587,"sizeSlug":"large","linkDestination":"none"}

ସୁଚିସ୍ମିତା ତାଙ୍କ ମାଙ୍କ ସହ ଏକା ରୁହନ୍ତି ଏବଂ ଘରେ ସେ ଏକମାତ୍ର ରୋଜଗାର କରନ୍ତି । ସେ ଅନେକ ବଡ ଷ୍ଟାରମାନଙ୍କ ସହ କାମ କରିଛନ୍ତି । ଯେଉଁଥିରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ, ଅମିତାଭ ବଚ୍ଚନ, ବରୁଣ ଧାୱନ, ମାଧୁରୀ ଦୀକ୍ଷିତଙ୍କ ପରି ଷ୍ଟାରମାନେ ଅନ୍ତର୍ଭୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.