ମହିଳା ଯାତ୍ରୀ ସର୍ବସମ୍ମୁଖରେ କଲେ ଏପରି କାମ,ଏୟାରଲାଇନ୍ସ କର୍ମଚାରୀ ହେଲେ ଆଶ୍ଚର୍ଯ୍ୟ
20/10/2019 at 5:58 PM

ନୂଆଦିଲ୍ଲୀ୨୦|୧୦: ବିମାନରେ ଯାତ୍ରା କରିବା ସମୟରେ ସାଧାରଣତଃ ଯାତ୍ରୀ ନିଜର ଆବଶ୍ୟକୀୟ ଜିନିଷ ସାଙ୍ଗରେ ନେଇ ଯାଇଥାନ୍ତି। ଏପରିକି ମହିଳାଙ୍କ କ୍ଷେତ୍ରରେ ପୂରା ଓଲଟା ଦେଖାଯାଇଥାଏ। କାହିଁକି ନା ମହିଳା ଯାତ୍ରୀ ନିଜର ଆବଶ୍ୟକୀୟ ଜିନିଷ ଅଧିକ ନେଇ ଯାତ୍ରା କରିଥାନ୍ତି। ଯାତ୍ରୀ ବିମାନରେ ଯେତେ ଅଧିକ ଜିନିଷ ନେବେ ସେମାନଙ୍କୁ ସେତେ ଅଧିକ ଚାର୍ଜ ପଡ଼ିଥାଏ। ଅଧିକ ଚାର୍ଜ ଭୟରେ ଜଣେ ମହିଳା ଏପରି କାର୍ଯ୍ୟ କଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମହିଳା ଯାତ୍ରୀ ନିଜର ସୁଟ୍କେସ୍ରେ ଥିବା ପୋଷାକ ବାହାର କରି ଗୋଟେ ପରେ ଗୋଟେ ପିନ୍ଧିଥିଲେ।
ଫିଲିପିନ୍ସର ଜଣେ ମହିଳା ବିମାନ ଯାତ୍ରୀ ଅତିରିକ୍ତ ଶୁଳ୍କ ଦେବା ଭୟରେ ସେ ପୋଷାକ ଉପରେ ପୋଷାକ ପିନ୍ଧି ତାଙ୍କର ସୁଟ୍କେସ୍ କମ୍ କରି ଦେଇଥିଲେ। ସେଥିଲାଗି ସେ ଏକ ଅଭିନବ ଢ଼ଙ୍ଗ୍ରେ ନିଜ ଜିନିଷ ନେବା ଲାଗି ଚେଷ୍ଟା କରୁଥିଲେ।
ସୂଚନାଯୋଗ୍ୟ ଯେ ଏୟାରଲାଇନ୍ସ କର୍ମଚାରୀ ଘୋଷଣା କରିଥିଲେ ଯେ ଯାତ୍ରୀ ସାତ କିଲୋ ଓଜନ ଜିନିଷ ବିମାନରେ ନେଇ ଯାଇ ପାରିବେ। ସାତ କିଲୋରୁ ଅଧିକ ହେଲେ ଯାତ୍ରୀଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। କିନ୍ତୁ ଏହି ମହିଳାଙ୍କ ପାଖରେ ସାଢ଼େ ୯ କିଲୋ ଓଜନର ସାମଗ୍ରୀ ନେଉଥିଲେ। ସେଥିଲାଗି ଏହି ଛାତ୍ରୀଙ୍କ ଉପରେ ଅତିରିକ୍ତ ଶୁଳ୍କ ମଧ୍ୟ ଦେବା ଲାଗି କହିଥିଲେ। ହେଲେ ମହିଳା ଯାତ୍ରୀ ନିଜ ଜିନିଷର ଓଜନ କମାଇବା ପାଇଁ ସୁଟ୍କେସରୁ ଡ୍ରେସ୍ ବାହାର କରି ସର୍ବସମ୍ମୁଖରେ ପିନ୍ଧିଥିଲେ। ମହିଳା ଯାତ୍ରୀଙ୍କ ଏଭଳି କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।