Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଏମିତି ଶିବ ଲିଙ୍ଗ ରହିଛି, ଯେଉଁଠି ୧୨ ବର୍ଷରେ ଥରେ ପଡିଥାଏ ବିଜୁଳି : କୁହାଯାଏ ବିଜୁଳି ମହାଦେବ

13/06/2021 at 3:11 PM

କୁଲ୍ଲୁ ୧୩/୬: ଆମ ଦେଶରେ ଅନେକ ଶିବାଳୟ ରହିଛି । ଏମିତି କୌଣସି ଗାଁ ନାହିଁ ଯେଉଁଠାରେ କି ନାହିଁ ଶିବ ମନ୍ଦିର । ପ୍ରାୟତଃ ସବୁ ଗାଁରେ ପୂଜା ପଉଛନ୍ତି ଦେବ ଦେବ ମହାଦେବ । ସେଥିପାଇଁ ଭାରତ ଏକ ଶୈବାଳୟ ଦେଶ । ଆଉ ଏହି ଶୈବାଳୟ ମାନଙ୍କରେ ଥିବା ଶିବଲିଙ୍ଗକୁ ଭଗବାନ ଶିବଙ୍କ ରୂପରେ ପୂଜା କରାଯାଇଥାଏ । ତେବେ ଆଣ ଆପଣଙ୍କୁ ଏମିତି ଗୋଟିଏ ଶିବଲିଙ୍ଗ ବିଷୟରେ ଜଣାଇବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେଉଁଠି ୧୨ ବର୍ଷରେ ଥରେ ବିଜୁଳି ପଡିଥାଏ । ଏଥିପାଇଁ ତାଙ୍କୁ ବିଜୁଳି ମହାଦେବର ଆଖ୍ୟା ଦିଆଯାଇଛି । ହିମାଚଲ ପ୍ରଦେଶର କୁଲ୍ଲୁର ପାହାଡ ଉପରେ ରହିଛି ଏହି ବିଜୁଳି ମହାଦେବ ମନ୍ଦିର । ଯେଉଁଠାରେ ପାର୍ବତୀ ଏବଂ ବ୍ୟାସ ନଦୀର ସଂଗମ ସ୍ଥଳ ରହିଛି । କୁହାଯାଏ କି, ଏଠାରେ ଥିବା ବିଶାଳକାୟ ଘାଟିକୁ କୁଳାନ୍ତ ନାମକ ଏକ ମାୟାବୀ ଦୈତ୍ୟ ନିଜ କବଜାରେ ରଖିଥିଲା । ଆଉ ତାକୁ ବଦ୍ଧ କରିଥିଲେ ଦେବ ଦେବ ମହାଦେବ ।

ସେବେଠାରେୁ ଏହାକୁ କୁଲ୍ଲୁ ପାହାଡ ବୋଲି ଆଖ୍ୟା ଦିଆଯାଇଛି । ପ୍ରତିବର୍ଷ ଇନ୍ଦ୍ରଦେବ ଭଗବାନ ଶିବଙ୍କ ଆଜ୍ଞା ପାଇ ୧୨ ବର୍ଷରେ ଥରେ ବିଜୁଳି ମାଡ କରିଥାନ୍ତି । ଯେଉଁଥିପାଇଁ ଏହି ଶିବଲିଙ୍ଗ ଖଣ୍ଡିତ ହୁଏ । ଆଉ ପରେ ପୂଜାରୀ ମାନେ ଲହୁଣୀ ସାହାଯ୍ୟରେ ଏହାକୁ ଯୋଡିଥାନ୍ତି । କୁହାଯାଏ କି ଏଠାରେ ୧୨ ବର୍ଷରେ ଥରେ ଏଥିପାଇଁ ବିଜୁଳି ପଡିଥାଏ କାରଣ, ଭଗବାନ କାହାରି ଧନ ଜୀବନ କ୍ଷତି କରିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ ପ୍ରତି ୧୨ ବର୍ଷରେ ଥରେ ନିଜ ଉପରେ ବିଜୁଳି ପ୍ରହାର କରିଥାନ୍ତି ।

   Related Posts