ଏହି ମନ୍ଦିରରେ ଡାକ୍ତର ହୋଇ କ୍ୟାନସର ଚିକିତ୍ସା କରିଥାଆନ୍ତି ହନୁମାନ : ଜାଣନ୍ତୁ କେଉଁଠି?
16/10/2019 at 9:09 AM

ଗ୍ବାଲିୟର ୧୬/୧୦: ଏହି ମନ୍ଦିର ଗ୍ବାଲିୟରରୁ ପାଖାପାଖି ୮୦କିଲୋମିଟର ଦୂର ଏବଂ ଏହି ମନ୍ଦିର ସଙ୍କଟ ମୋଚନ ହନୁମାନଙ୍କ ମନ୍ଦିର।

ବିଶ୍ବାସ ରହିଛି ଯେ ଯେଉଁ କ୍ୟାନସର ରୋଗୀମାନେ ଏହି ମନ୍ଦିରକୁ ଯାଇଥାଆନ୍ତି ତାଙ୍କର କ୍ୟାନସର ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।

ଏହି ମନ୍ଦିରରେ ପ୍ରଭୁ ହନୁମାନ ସ୍ବୟଂ ଡାକ୍ତର ହୋଇ ଆସନ୍ତି ଏବଂ ଲୋକଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ କରି ଯାଇଥାଆନ୍ତି।

ଏହା ସହିତ ଜଡ଼ିତ ଏକ କାହାଣୀ ରହିଛି। ଶିବକୁମାର ଦାସ ନାମକ ଜଣେ ସାଧୁଙ୍କୁ କ୍ୟାନସର ହୋଇଥିଲା। ସେ ଭଗବାନଙ୍କ ସେବାରେ ଦିନରାତି ନିମଗ୍ନ ରହୁଥିଲା। ଭଗବାନଙ୍କ ଏହି ଭକ୍ତଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥିଲା।

ଥରେ ରାତିରେ ଏହି ସାଧୁ ଜଣକ ଭଗବାନଙ୍କ ଶରଣରେ ବସିଥିବାବେଳେ ଭଗବାନ ତାଙ୍କର ଚିକିତ୍ସା କରିଥିଲେ ଏବଂ ସେ କ୍ୟାନସର ମୁକ୍ତ ହୋଇଯାଇଥିଲେ। ସେହି ଦିନଠୁ ଦୂର ଦୂରରୁ ଲୋକେ ଏହି ମନ୍ଦିରକୁ ଭଗବାନ ହନୁମାନଙ୍କୁ ଡାକ୍ତର ଭାବେ ପୂଜା କରିଥାଆନ୍ତି।
