ପୁଲୱାମା ହମଲା ପାଇଁ 'ଏତେ ପରିମାଣର ବିସ୍ଫୋରକ ପାକିସ୍ତାନରୁ ଆସିବା ଅସମ୍ଭବ'

Published By : Prameya-News7 Bureau | February 19, 2019 IST

ଦିଲ୍ଲୀ ୧୯/୨ : ଫେବୃଆରୀ ୧୪ ତାରିଖରେ ଜାମ୍ମୁ କାଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ଆତ୍ମଘାତୀ ହମଲାରେ ୪୨ ଯବାନ ସହିଦ ହୋଇଥଲେ | ହମଲା ପାଇଁ ଦାୟୀ ଥିଲା ଜୈସ-ଏ-ମହମ୍ମଦ ସଂଗଠନ | ଏହି ହମଲା ପରେ ଭାରତ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ହେବ ଦରକାର ବୋଲି ଦାବି ହୋଇଥିଲା | ଏ ମାମଲାରେ ଅନେକ ତର୍କ ବିତର୍କ ଚାଲିଛି | କାଶ୍ମୀରରେ କାର୍ଯ୍ୟରତ କିଛି ସେନା ଅଧିକାରୀ ଏବଂ ରକ୍ଷା ବିଶେଷଜ୍ଞ ମଧ୍ୟ ନିଜ ମତାମତ ଦେଇଥିଲେ | ଏ ମାମଲାରେ ଭାରତ କିଭଳି ପ୍ରତିଶୋଧ ନେବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି | ୧୯୬୫ ବ୍ୟାଚର ଆଇପିଏସ ଅଫିସର ଏ.ଏସ.ଦୁଲାତ କହିଥିଲେ ଯେ, ଏହି ହମଲା ବଦଳରେ ଭାରତକୁ ଆକ୍ରମଣାତ୍ମକ ପଦକ୍ଷେପ ବଦଳରେ ଆକ୍ରମଣାତ୍ମକ କୂଟନୀତି ନେବା ଉଚିତ |


ସେ କହିଥିଲେ ଯେ, କୂଟନୀତି ରାସ୍ତା ଆପଣେଇବା ନିହାତି ଜରୁରୀ ହୋଇପଡିଛି | କୂଟନୀତି ଉପାୟରେ ପାକିସ୍ତାନକୁ ଜବାବ ଦେବା ସର୍ବୋତ୍ତମ | ପାକିସ୍ତାନ ହମଲା ପରେ ଆମେରିକା ଭାରତକୁ ସମର୍ଥନ ଜଣାଇଛି | ୧୯୯୯ ମସିହା କାର୍ଗିଲ ଯୁଦ୍ଧ ଏବଂ ୨୦୦୧ ମସିହା ସଂସଦ ହମଲା ପରେ କୂଟନୀତି ପ୍ରୟୋଗ କରାଯାଇଥିଲା | ଆକ୍ରମଣାତ୍ମକ କୂଟନୀତି ପ୍ରୟୋଗ କରି ପାକିସ୍ତାନକୁ କଡା ସନ୍ଦେଶ ଦେବା ଉଚିତ ବୋଲି କହିଥିଲେ ଏ.ଏସ.ଦୁଲାତ |
ସେ ଆହୁରି କହିଥିଲେ ଯେ, ସେ ପୂର୍ବରୁ ଉଭୟ ଦେଶ ମଧ୍ୟରେ ସମ୍ବାଦକୁ ନେଇ ଓକିଲାତି କରିଛନ୍ତି | କିନ୍ତୁ ପୁଲୱାମା ହମଲା ପରେ ଯଦି ସେ ସମ୍ବାଦ ବିଷୟରେ କୁହନ୍ତି ତା'ହେଲେ ତାହା ଦେଶ ବିରୋଧୀ ହେବ |


ଲେଫ୍ଟେନେଣ୍ଟ ଜେନେରାଲ ଡି.ଏସ.ହଡ୍ଡା ନ୍ୟୁୟର୍କ ଟାଇମ୍ସର ଏକ ଇଣ୍ଟରଭିୟୁରେ କହିଥିଲେ ଯେ, ଏତେ ଅଧିକ ପରିମାଣର ବିସ୍ଫୋରକ ସୀମା ଆର ପାରିରୁ ଆସିବା ସମ୍ଭବ ନୁହେଁ | ଡି.ଏସ.ହଡ୍ଡା ୨୦୧୬ ମସିହାରେ ଭାରତ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା | ଏହି ସର୍ଜିକାଲ ଷ୍ଟ୍ରାଇକର ନେତୃତ୍ୱ ହଡ୍ଡା ନେଇଥିଲେ | ସେ କହିଥିଲେ ଯେ, ହମଲାରେ ବ୍ୟବହୃତ ହୋଇଥିବା ବିସ୍ଫୋରକ ଲୁଚାଇ ନିଆଯାଇଥିବ | ଭାରତକୁ ପଡୋଶୀ ଦେଶ ସହ ସମ୍ପର୍କକୁ ନେଇ ପୁଣି ଚିନ୍ତା କରିବା ଉଚିତ ବୋଲି କହିଥିଲେ ହଡ୍ଡା |


ଭାରତର ଗୁଇନ୍ଦା ସଂସ୍ଥା ର' ମୁଖ୍ୟ ବିକ୍ରମ ସୁଦ ହାଇଦ୍ରାବାଦରେ ଏକ ସେମିନାରରେ କହିଥିଲେ ଯେ, ହମଲାରେ ଅଧିକାଂଶ ଆତଙ୍କବାଦୀ ସାମିଲ ଅଛନ୍ତି | ଯେଭଳି କେହି ଜଣେ କାର ଯୋଗାଡ କରିଥିବ | ସେମାନଙ୍କୁ ସିଆରପିଏଫ ଯବାନଙ୍କ ଗାଡି ଯାଉଥିବା ନେଇ ପୁରା ସୂଚନା ରଖିଥିବେ | ଏହାପରେ ହମଲା ଯୋଜନା କରିଥିବେ | ଭାରତକୁ ଏହି ହମଲାର ଜବାବ କିଭଳି ଦେବା ଉଚିତ ? ଏହି ପ୍ରଶ୍ନର ଜବାବରେ ବିକ୍ରମ ସୁଦ କହିଥିଲେ ଯେ, ଏହା ବକ୍ସିଂଗ ମ୍ୟାଚ ନୁହେଁ ଯେ ପଞ୍ଚ ର ଜବାବ ପଞ୍ଚରେ ଦିଆଯିବ | ଏଭଳି ଉପାୟ ଏଠାରେ କାମ କରିବନାହିଁ | ଚୀନ ପାକିସ୍ତାନ ପାଇଁ ସୁରକ୍ଷା ବଳୟ ଭଳି କାମ କରୁଛି | ଜାତିସଂଘରେ ଚୀନ ହିଁ ମସୁଦ ଅଜହରକୁ ଆତଙ୍କବାଦୀ ଘୋଷଣା କରିବାରେ ଅରାଜି ହେଉଛି ବୋଲି କହିଥିଲେ ବିକ୍ରମ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.