ନିଜେ ଆଖି ବୁଜିଲେ, ଅନ୍ୟକୁ ବଞ୍ଚିବାର ରାହା ଦେଇଗଲେ: ଏସ୍‌ସିବିରେ ବିରଳ କିଡ୍‌ନୀ ପ୍ରତିରୋପଣ

Published By : Prameya-News7 Bureau | February 04, 2020 IST

କଟକ୪/୨: ଏସସିବିରେ ଏକ ବିରଳ ଅସ୍ତ୍ରୋପଚାର ପାଇଁ ଗତକାଲି ରାତିରେ ଭୁବନେଶ୍ବରରୁ କଟକ ହୋଇଥିଲା ଏକ ଅପରେସନ। ଆପୋଲୋ ହସ୍ପିଟାଲରୁ ଜଣେ ମୃତ ରୋଗୀଙ୍କ କିଡନୀଙ୍କୁ କଟକ ଏସସିବିରେ ଜଣେ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଆଉ ଏଥିସହିତ ରାଜ୍ୟରେ ସୃଷ୍ଟି ହୋଇଥିଲା ଏକ ରେକର୍ଡ । କିଡନୀ ଦାନ କରିଥିବା ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି।

{"id":220147,"sizeSlug":"large"}

ରାତିର ଅନ୍ଧକାରରେ ଭୁବନେଶ୍ବରରୁ କଟକ ଜାତୀୟ ରାଜପଥ ହୋଇଥିଲା ଶୂନଶାନ । ଆଉ ଏହି ଅନ୍ଧାରରେ କ୍ଷୀପ୍ର ବେଗରେ ଆଗକୁ ବଢୁଥିଲା ଆମ୍ବୁଲାନ୍‌ସ। ଯେଉଁ ଆମ୍ବୁଲାନ୍‌ସରେ ଥିଲା ଜୀବନର ଯାତ୍ରା । ଜଣେ ମୃତ ରୋଗୀର କିଡନୀ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରୁ ଯାଇ କଟକ ଏସସିବିରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା ।  କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ଶେଷ ହୋଇଛି । ଭୁବନେଶ୍ବର ଆପୋଲୋରେ ବ୍ରେନ ଡେଡ୍ ଘୋଷିତ ଗଞ୍ଜାମ ସାନଖେମୁଣ୍ଡିର ପ୍ରିୟଙ୍କା ରାଣୀଙ୍କ କିଡନୀ କାଢି ଏସସିବିକୁ ଅଣାଯାଇଥିଲା । ଏଠାରେ ଚିକିତ୍ସିତ ହେଉଥିବା ବରଗଡ଼ର ଫିରୋଜ ସାହୁଙ୍କ ଠାରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା ।

{"id":220148,"sizeSlug":"large"}

ପୂରା ଘଟଣା ଥିଲା ଏହପରି । ଗତ ୨୭ ତାରିଖରେ ବ୍ରହ୍ମପୁରରୁ ଏକ ବିବାହ ଭୋଜିରେ ଯୋଗଦାନ କରି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପୂର୍ବତନ କାଉନସିଲର ଭି.ଧର୍ମରାଜୁଙ୍କ ପରିବାରର ଫେରୁଥିବା ବେଳେ ତାଙ୍କ କାର ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ମୁହାମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ  ତାଙ୍କ ପତ୍ନୀ, ପୁଅ ସନ୍ଦୀପ ରାଜୁ, ୨୨ ବର୍ଷୀୟ ବୋହୁ ପ୍ରିୟଙ୍କା, ନାତି ଓ ନାତୁଣି ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ପ୍ରିୟଙ୍କାଙ୍କୁ ବ୍ରେନ୍ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ପରିବାର ଲୋକେ ପ୍ରୟଙ୍କାଙ୍କ ଅଙ୍ଗ ଦାନ କରିବାକୁ ସମ୍ମିତ ପ୍ରକାଶ କରିଥିଲେ । ଆପୋଲ କର୍ତ୍ତୃପକ୍ଷ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସଙ୍ଗେସଙ୍ଗେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା । ସ୍ବାସ୍ଥ୍ୟ ବିଭାଗ ଏସ୍‌ସିବିରେ କିଡ୍‌ନୀ ରୋଗୀ  ଫିରୋଜଙ୍କ ଠାରେ ପ୍ରିୟଙ୍କାଙ୍କ କିଡନୀ ପ୍ରତିରୋପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ପ୍ରିୟଙ୍କାଙ୍କ କିଡନୀ ନେଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍‌ରୁ ମଧ୍ୟ ରାତ୍ରିରେ ଆମ୍ବୁଲାନ୍ସ ବାହାରିଥିଲା କଟକ ଏସ୍‌ସିବି । ଏହି ସମୟରେ ଭୁବନେଶ୍ବର ଓ କଟକ ରାସ୍ତାରେ ଅନ୍ୟ ଯାନବାହାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ଆମ୍ବୁଲାନ୍ସ ପାଇଁ ବାଟ କଢାଯାଇଥିଲା । ଆଉ ଡାକ୍ତରୀ ବିଶେଷଜ୍ଞଙ୍କ ଟିମ୍‌ ପୂରା ୭ ଘଣ୍ଟା ମଧ୍ୟରେ କିଡ୍‌ନୀ ପ୍ରତିରୋପଣ ପ୍ରକ୍ରିୟା ଶେଷ କରିଥିଲେ ।

{"id":220149,"sizeSlug":"large"}

୫ ଜଣ ଗୁରୁତର ଆହତ ହୋଇଥିଲେ । ଯେଉଁଥିରେ ତାଙ୍କ ପତ୍ନୀ, ପୁଅ ସନ୍ଦୀପ ରାଜୁ, ୨୨ ବର୍ଷୀୟ ବୋହୁ ପ୍ରିୟଙ୍କା, ନାତି ଓ ନାତୁଣି ଥିଲେ । ସମସ୍ତଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରିୟଙ୍କାଙ୍କୁ ବ୍ରେନ୍ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର । ପରିବାର ଲୋକେ ପ୍ରୟଙ୍କାଙ୍କ ଅଙ୍ଗ ଦାନ କରିବାକୁ ସମ୍ମିତ ପ୍ରକାଶ କରିଥିଲେ । ଆପୋଲ କର୍ତ୍ତୃପକ୍ଷ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ସଙ୍ଗେସଙ୍ଗେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା ।

{"id":220150,"sizeSlug":"large"}

ସ୍ବାସ୍ଥ୍ୟ ବିଭାଗ ଏସ୍‌ସିବିରେ କିଡ୍‌ନୀ ରୋଗୀ  ଫିରୋଜଙ୍କ ଠାରେ ପ୍ରିୟଙ୍କାଙ୍କ କିଡନୀ ପ୍ରତିରୋପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ପ୍ରିୟଙ୍କାଙ୍କ କିଡନୀ ନେଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍‌ରୁ ମଧ୍ୟ ରାତ୍ରିରେ ଆମ୍ବୁଲାନ୍ସ ବାହାରିଥିଲା କଟକ ଏସ୍‌ସିବି । ଏହି ସମୟରେ ଭୁବନେଶ୍ବର ଓ କଟକ ରାସ୍ତାରେ ଅନ୍ୟ ଯାନବାହାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ଆମ୍ବୁଲାନ୍ସ ପାଇଁ ବାଟ କଢାଯାଇଥିଲା । ଆଉ ଡାକ୍ତରୀ ବିଶେଷଜ୍ଞଙ୍କ ଟିମ୍‌ ପୂରା ୭ ଘଣ୍ଟା ମଧ୍ୟରେ କିଡ୍‌ନୀ ପ୍ରତିରୋପଣ ପ୍ରକ୍ରିୟା ଶେଷ କରିଥିଲେ ।

ପୁରୀ ସ୍ବର୍ଗଦ୍ବାରରେ ଜଳୁଥିଲା ପ୍ରିୟଙ୍କାଙ୍କ ଚିତା । ସେ ସିନା ଚାଲି ଯାଇଛନ୍ତି । ହେଲେ ଯିବା ପୂର୍ବରୁ ଅନ୍ୟ ଜଣଙ୍କୁ ଜୀବନ ଦାନ କରି ସବୁବେଳ ପାଇଁ ଅମର ହୋଇଯାଇଛନ୍ତି । ଝିଅର ଅଙ୍ଗଦାନ ଭଳି ଏକ ମହତ କାମକରି ତାଙ୍କ ପରିବାର ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ସେପଟେ ଏବେବି ପ୍ରିୟଙ୍କାଙ୍କ ଛୋଟ ଝିଅ ସଂକଟାପନ୍ନ ଅବସ୍ଥାରେ ଅବସ୍ଥାରେ ଚିକିତ୍ସତ ହେଉଛନ୍ତି । ପ୍ରିୟଙ୍କାଙ୍କ ପରିବାରର ଏହି ମହତକାମ ପାଇଁ ଏବେ ଚାରିଆଡେ ଭୁରିଭୂରି ପ୍ରଶଂସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟ୍ବିଟ୍‌ କରି ପ୍ରିୟକାଙ୍କ ପରିବାରକୁ ପ୍ରଶଂସା କରିବା ସହ ଡାକ୍ତରୀ ଦଳକୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ରାଜ୍ୟରେ କାଡଭାରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଣ୍ଟର କରାଯାଇଛି । ଆଉ ଏହି କାଡଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ଓଡିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.