Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡାକ୍ତରଙ୍କ ବିରଳ ସଫଳତା, ମଣିଷ ଶରୀରରେ ପ୍ରତିରୋପଣ ହେଲା ଘୁଷୁରୀ କିଡନୀ

20/10/2021 at 10:29 PM

ଓ୍ଵାଶିଂଟନ ୨୦।୧୦: ମଣିଷଙ୍କ ଶରୀରରେ ମଣିଷ କିଡନୀ  ହିଁ ପ୍ରତିରୋପଣ କରାଯାଏ। ଏହା ମଧ୍ୟ ସ୍ଵାଭାବିକ କଥା। ହେଲେ ଆମେରିକାରେ ଦୁନିଆରେ ପ୍ରଥମ ଥର ଏକ ଘୁଷୁରିର କିଡନୀ ମଣିଷ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି କାରନାମା ନ୍ୟୁୟର୍କ ସହରର ଏନଓ୍ଵାଇୟୁ ଲାଗୋନ ହେଲ୍‌ଥ ମେଡିକାଲ ସେଣ୍ଟରର ସର୍ଜନମାନେ କରି ଦେଖାଇଛନ୍ତି। ସବୁଠୁ ବଡ କଥା ଘୁଷୁରିର କିଡନୀ ମଣିଷ ଶରୀରରେ ସ୍ଵାଭାବିକ ଭାବେ କାମ କରୁଛି। ଏହି ସଫଳ ପ୍ରତିରୋପଣ ଆଗାମୀ ସମୟରେ ମାନବ ଅଙ୍ଗ ଅଭାବକୁ ଦୂର କରାଯାଇ ପାରିବ। ଅଙ୍ଗର ଅଭାବ ଦୂର କରିବା ପାଇଁ ଦୀର୍ଘ ସମୟ ଧରି ଘୁଷୁରି ଉପରେ ଗବେଷଣା ଜାରି ରହିଥିଲା।

ଘୁଷୁରିର କୋଶିକାରେ ଥିବା ଏକ ସୁଗାର ମଣିଷ ଶରୀର ସ୍ଵୀକାର କରେ ନାହିଁ। ଏହି କାରଣରୁ ପୂର୍ବରୁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଏଥିପାଇଁ ଏଥର ଡାକ୍ତରମାନେ ସ୍ଵତନ୍ତ୍ର ମୋଡିଫାଇଡ୍ ଜିନ ଥିବା ଘୁଷୁରିର ବ୍ୟବହାର କରିଥିଲେ। ଏଥିରେ ଘୁଷୁରିର କୋଶିକାରେ ଥିବା ଉକ୍ତ ସୁଗାରକୁ ମାରିବା ଏବଂ ଇମ୍ୟୁନ ସିଷ୍ଟମକୁ ଆକ୍ରମଣରୁ ବଞ୍ଚାଇବା ପାଇଁ ଜେନେଟିକ୍‌ରେ ପରିବର୍ତ୍ତନ କରାଯାଇଥିଲା।

ସର୍ଜନ କହିଛନ୍ତି, ଏହି ଘୁଷୁରୀର କିଡନୀକୁ ଜଣେ ବ୍ରେନ ଡେଡ୍ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ରୋଗୀଙ୍କ କିଡନୀ ପ୍ରାୟତଃ ଖରାପ ହୋଇ ସାରିଥିଲା। ରୋଗୀଙ୍କ ଦେହରୁ ଜୀବନ ରକ୍ଷାକାରୀ ସିଷ୍ଟମ ହଟାଇବା ପାଇଁ ପରିବାର ଲୋକଙ୍କଠୁ ଆଇନ ମୁତାବକ ସ୍ଵୀକୃତି ନିଆଯାଇଥିଲା। ଡାକ୍ତରୀ ଦଳ ଘୁଷୁରିର କିଡନୀକୁ ଦୁଇ ତିନି ଦିନର ନୀରିକ୍ଷଣ ଏବଂ ଚିିକିତ୍ସା ପରେ ରୋଗୀଙ୍କ ଧମନୀରେ ଯୋଡିଛନ୍ତି, ଯେଉଁଥିରେ ରକ୍ତ ଓ ଅମ୍ଳଜାନ ମିଳିଥାଏ।

ଆଶ୍ଚର୍ଯ୍ୟର କଥା କିଡନୀ ସ୍ଵାଭାବିକ ଭାବେ ରୋଗୀଙ୍କ ଶରୀରରେ କାମ କରିଥିଲା। ଏହି ପ୍ରତିରୋପଣର ମୁଖ୍ୟ ସର୍ଜନ ଡାକ୍ତର ରବର୍ଟ ମୋଣ୍ଟଗୋମରୀ କହିଛନ୍ତି, ପ୍ରତିରୋପଣ କିଡନୀର ସମସ୍ତ ଟେଷ୍ଟ ରିପୋର୍ଟ ସ୍ଵାଭାବିକ ରହିଥିଲା। ଏହି କିଡନୀ ରୋଗୀଙ୍କ ଶରୀରରେ ମୂତ୍ର ସେତିକି ମାତ୍ରାରେ ସୃଷ୍ଟି କରିଛି, ଯେତିକି ଆମେ କୌଣସି ମଣିଷ କିଡନୀଠୁ ଆଶା କରିଥାନ୍ତି। ଅର୍ଥାତ ରୋଗୀଙ୍କ ଶରୀରରେ ଘୁଷୁରୀ କିଡନୀ ମଣିଷ କିଡନୀ ପରି କାମ କରୁଛି।

   Related Posts