Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଚାନ୍ଦିପୁରରେ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ, ବଢିବ ନୌସେନାର ଶକ୍ତି

7/12/2021 at 9:25 PM

ଚାନ୍ଦିପୁର ୦୭।୧୨: ଭାରତ ବାଲେଶ୍ଵର ସ୍ଥିତ ଚାନ୍ଦିପୁରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଭର୍ଟିକାଲି ଲଞ୍ଚ ସର୍ଟ ରେଞ୍ଜ ସରଫେସ ଟୁ ଏୟାର ମିସାଇଲ(VL-SRSAM)ର ସଫଳତାପୂର୍ବକ ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଅଧିକାରୀଙ୍କ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ପ୍ରାୟ ୧୫ କିମି ଦୂରରେ ସ୍ଥିତ ଶତ୍ରୁର ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ଡିଆରଡିଓ ଅନୁଯାୟୀ, VL-SRSAM ଭାରତୀୟ ନୌସେନା ପାଇଁ ସ୍ଵଦେଶୀ ଜ୍ଞାନ କୌଶଳରେ ଡିଜାଇନ ଓ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ, ସମୁଦ୍ରୀ ସ୍କିମିଂ ଲକ୍ଷ୍ୟଭେଦ ସହିତ ସୀମାରେ ଆକାଶ ମାର୍ଗରେ ଶତ୍ରୁର ଆକ୍ରମଣକୁ ପ୍ରଭାବହୀନ କରିବା। ମିସାଇଲକୁ ବହୁତ କମ ଉଚ୍ଚତାରେ ଥିବା ଇଲେକ୍ଟ୍ରୋନିକ ଲକ୍ଷ୍ୟକୁ ଧ୍ଵସ୍ତ କରିବା ପାଇଁ ଭର୍ଟିକଲ ଲଞ୍ଚରରୁ ନିକ୍ଷେପ କରାଯାଇଥିଲା।

ଆଇଟିଆର, ଚାନ୍ଦିପୁର ପକ୍ଷରୁ ମୁତୟନ ଟ୍ରାକିଂ ଉପକରଣର ଉପଯୋଗ କରାଯାଇ ସ୍ଵାସ୍ଥ୍ୟ ମାନଦଣ୍ଡ ସହ ହ୍ଵିକିଲର ଫ୍ଲାଇଟ୍‌ ପାଥକୁ ନିରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭର୍ଟିକଲ ଅଳ୍ପଦୂରଗାମୀ ମିସାଇଲର ସଫଳ ପରୀକ୍ଷଣ ନେଇ ଡିଆରଡିଓ  ଓ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ମିସାଇଲ ପରୀକ୍ଷଣରେ ଆକାଶରେ ଶତ୍ରୁର ମୁକାବିଲା ପାଇଁ ନୌସେନାର କ୍ଷମତା ବଢିବ।

   Related Posts