ତୁର୍କୀରେ ହୋଇଛି ପ୍ରଥମ ଫ୍ଲାଇଙ୍ଗ୍ କାର୍‌ର ସଫଳ ଟେଷ୍ଟିଙ୍ଗ୍, ଜାଣନ୍ତୁ କେବେ ହେବ ଲଞ୍ଚ୍

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ ୨୧/୦୯ : ତୁର୍କୀରେ ପ୍ରଥମ ସ୍ବଦେଶୀ ଫ୍ଲାଇଙ୍ଗ କାର ଟେଷ୍ଟିଙ୍ଗ କରାଯାଇଛି । ଏହାକୁ ଶେଯେରି Cezeri ନାଁ ଦିଆଯାଇଛି । ଏହି କାରରେ ବଡ ବ୍ଲେଡ୍ ଲାଗିଛି । ଶେଯେରିକୁ ତୁର୍କୀର ଇଞ୍ଜିନିୟର୍ସ ଡିଜାଇନ କରିଛନ୍ତି । ଗତ ସପ୍ତାହରେ ଇସ୍ତାନବୁଲରେ ଏହାର ସଫଳ ଟେଷ୍ଟିଙ୍ଗ କରାଯାଇଛି । ବର୍ତ୍ତମାନ ଏହି ଫ୍ଲାଇଙ୍ଗ କାର ପ୍ରୋଟୋଟାଇପ ଏବଂ ବର୍ତ୍ତମାନ ଏହାକୁ ଲଞ୍ଚ କରିବାକୁ କୌଣସି ଯୋଜନା ହୋଇନାହିଁ । ଶେଯେରିକୁ ପ୍ରୋଟୋଟାଇପ କରିଥିବା କମ୍ପାନୀ ଆଗକୁ ମଧ୍ୟ ଟେଷ୍ଟିଙ୍ଗ ପାଇଁ ଅନ୍ୟ ପ୍ରୋଟୋଟାଇପ ପ୍ରସ୍ତୁତ କରିବାକୁ ଯୋଜନା କରୁଛି । ବେଲୁକର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ସେଲୁକ ବେରାକ୍ଟର କହିଛନ୍ତି ଯେ, ଆଗାମୀ ସମୟରେ କମ୍ପାନୀ ଆହୁରି ଆଡ଼ଭାନ୍ସ ପ୍ରୋଟୋଟାଇପ ପ୍ରସ୍ତୁତ କରିବ । ଏହି କାର ଅଟୋମେଟିକ ହେବ ।

{"id":332665,"sizeSlug":"large"}

ଏହି କାରର ଲମ୍ବ ୧୦ ମିଟର ଓ ଓଜନ ୨୩୦ କିଲୋଗ୍ରାମ । କମ୍ପାନୀ ଅନୁଯାୟୀ ଏହି କାର ଲଞ୍ଚ ହେବା ପାଇଁ ୧୦-୧୫ ବର୍ଷ ସମୟ ଲାଗିବ । ଆଗାମୀ ୩-୪ ବର୍ଷରେ ଏହି କାରକୁ ଗ୍ରାମାଞ୍ଚଳରେ ମନୋରଞ୍ଜନ ପାଇଁ କ୍ୱାଡ୍ ବାଇକ୍ ଭାବରେ ବ୍ୟବହାର କରାଯାଇପାରେ ।

{"id":332666,"sizeSlug":"large"}

ଗତ ବର୍ଷ ସେପ୍ଟେମ୍ବର ମାସରେ ଶେଯେରିକୁ ଇସ୍ତାନବୁଲର ତୁର୍କୀସ ଟେକ୍ନୋଲୋଜି ଏବଂ ଏରୋସ୍ପେସ୍ ଦ୍ୱାରା ଆୟୋଜିତ ହେବାକୁ ଥିବା ଟେକ୍ନୋଫେଷ୍ଟ Teknofest ରେ ପେଶ କରାଯାଇଥିଲା । ଏହି କାରକୁ ଜଣାଶୁଣା ଇଞ୍ଜିନିୟର  ଇସମାଇଲ ଅଲ-ଜାଜାରୀଙ୍କ ନାମରେ ନାମିତ ହୋଇଛି । ଏହି କାରକୁ ବେୟକର ୧୯୮୪ ମସିହାରୁ ଆର୍ମଡ଼ ଓ ନନ ଆର୍ମଡ଼ ଡ୍ରୋନ୍, କଣ୍ଟ୍ରୋଲ୍ ସିଷ୍ଟମ୍, ସିମୁଲେଟରସ ଏବଂ ଆଭିଏନିକ୍ସ ସିଷ୍ଟମ ପ୍ରସ୍ତୁତ କରିଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.