Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଲାମ ଦ୍ଵୀପରୁ ସୁପରସୋନିକ ମିସାଇଲ SMARTର ସଫଳ ପରୀକ୍ଷଣ, ୬୫୦ କିମି ଦୂରରୁ ବୁଡାଜାହାଜକୁ ନଷ୍ଟ କରିବାର ରହିଛି କ୍ଷମତା

5/10/2020 at 4:22 PM

ଭଦ୍ରକ ୦୫।୧୦: ଭାରତୀୟ ବୈଜ୍ଞାନିକଙ୍କ ତରଫରୁ ଲଗାତାର ଦେଶର ଶକ୍ତି ଓ ପ୍ରଯୁକ୍ତିବିଦ୍ୟାକୁ ମଜବୁତ କରିବା ଉପରେ ଜୋର ଦିଆଯାଉଛି। ଏହି କ୍ରମରେ ସୋମବାର ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ରିଲିଜ ଅଫ ଟରପିଡୋ(SMART)ର ସଫଳ ପରୀକ୍ଷଣ ହୋଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ପକ୍ଷରୁ ଭଦ୍ରକର ଧାମରା ସ୍ଥିତ କଲାମ ଦ୍ଵୀପର ୪ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ମିସାଇଲର ପରୀକ୍ଷଣ କରାଯାଇଛି।

ଆଣ୍ଟି ସବମରିନ ଓ୍ଵାରଫେୟାରରେ ଏହି ପ୍ରଯୁକ୍ତିବିଦ୍ୟା ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣ ବଢାଇପାରେ। ପ୍ରତିରକ୍ଷା ରାଜନାଥ ସିଂହ ଏହି ସଫଳତା ନେଇ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ଏକ ପ୍ରକାରର ସୁପରସୋନିକ ଆଣ୍ଟି-ସିପ୍ ମିସାଇଲ। ଏଥିରେ କମ ଓଜନର ଟରପିଡୋ ଲଗାଯାଇଛି, ଯାହା ପେଲୋଡରେ ବ୍ୟବହାର ହୋଇଥାଏ। ଏହି ମିସାଇଲ ବୁଡାଜାହାଜକୁ ନଷ୍ଟ କରିବାର କ୍ଷମତା ରହିଛି। ସଂପୂର୍ଣ୍ଣ ବିକଶିତ ହେବା ପରେ ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ କିଲୋମିଟର ହେବ। ଏହା ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣ ବୃଦ୍ଧି କରିବ।

ଭାରତ ନିକଟରେ ବରୁଣାସ୍ତ୍ର ନାମକ ଏକ ଆଡଭାନ୍ସଡ ହେଭିଓ୍ଵେଟ୍ ଆଣ୍ଟି ସବମରିନ ଟରପିଡୋ ରହିଛି। SMART ଏହା ତୂଳନାରେ ବହୁତ ହାଲୁକା ରହିଛି। ଏକ ଟନରୁ ଅଧିକ ଓଜନ ବିଶିଷ୍ଟ ବରୁଣାସ୍ତ୍ର ନିଜ ସହିତ ୨୫୦ କିଲୋମିଟର ପର୍ଯ୍ୟନ୍ତ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ଆଣବିକ ଅସ୍ତ୍ର ଶସ୍ତ୍ର ପରିବହନ କରିବାର କ୍ଷମତା ରହିଛି। ବରୁଣାସ୍ତ୍ର ଦୁନିଆର ଏକ ମାତ୍ର ଏମିତି ଟରପିଡୋ ଯାହା ଜିପିଏସ ସାହାଯ୍ୟରେ ନିଜର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଭାରତ ପାଖରେ ବ୍ରହ୍ମୋସ ସୁପରସୋନିକ ଆଣ୍ଟି ସିପ୍ ଓ ଲ୍ୟାଣ୍ଡ ଆଟାକ କ୍ରୁଜ୍ ମିସାଇଲ ମଧ୍ୟ ରହିଛି। SMART ଏହି ଦୁଇ କ୍ଷେପଣାସ୍ତ୍ରର ମିଳିତ ସ୍ଵରୂପ ହେବ।

   Related Posts