Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ସଫଳ ଅଧିନାୟକ ବିରାଟ କୋହଲି : ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ ପରେ ହାସଲ କଲେ ଏହି ରେକର୍ଡ

7/03/2021 at 3:29 PM

ନୂଆଦିଲ୍ଲୀ ୦୭/୦୩ : ଅହମ୍ମଦାବର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ଏକ ଇନିଂସ ଏବଂ ୨୫ ରନରେ ହରାଇଛି ଭାରତ । ଚତୁର୍ଥ ଟେଷ୍ଟରେ ବିଜୟ ସହ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ । ଏହା ସହିତ ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ହୋଇଯାଇଛି । କୋହଲିଙ୍କ ଅଧିନାୟକତ୍ବରେ ଭାରତର ଏହା ୩୬ତମ ବିଜୟ । ଏହା ସହିତ ଓ୍ବେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କ୍ଲାଇବ୍‌ ଲୋୟଡଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ କୋହଲି ।

କୋହଲି ଏଯାଏଁ ମୋଟ ୬୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ସେଥିମଧ୍ୟରୁ ଭାରତ ୩୬ଟି ରେ ବିଜୟ ହାସଲ କରିଥିବା ବେଳେ ୧୪ ଟି ପରାଜୟ ଏବଂ ୧୦ଟି ମ୍ୟାଚ ଡ୍ର ରହିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଏଯାଏଁ ୬୦ଟି ଟେଷ୍ଟରେ ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ସେହିଭଳି ଓ୍ବେଷ୍ଟଇଣ୍ଡିଜ୍‌ର କ୍ଲାଇବ ଲୋୟଡ ୭୪ଟି ଟେଷ୍ଟରେ ଅଧିନାୟକତ୍ବ କରିଛନ୍ତି । ତାଙ୍କ ଅଧିନାୟକତ୍ବରେ ଓ୍ବେଷ୍ଟଇଣ୍ଡିଜ୍‌ ୩୬ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୨ଟିରେ ପରାଜୟ ଏବଂ ୨୬ଟି ମ୍ୟାଚ ଡ୍ର ରହିଛି ।

virat kohli equals west indies clive llyod record

ଟେଷ୍ଟରେ ସବୁଠାରୁ ସଫଳ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍‌ଙ୍କ ନାଁ ରହିଛି । ସେ ମୋଟ ୧୦୯ ଟେଷ୍ଟ ମ୍ୟାଚରେ ଅଧିନାୟକତ୍ବ କରିଥିବା ବେଳେ ୫୩ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । ଏହା ସହିତ ୨୯ ମ୍ୟାଚ ହାରିଥିବା ବେଳେ ୨୭ଟି ଡ୍ର ରହିଛି ।

virat kohli equals west indies clive llyod record

ଗ୍ରେମ ସ୍ମିଥ୍‌ଙ୍କ ପରେ ଅ​‌େ​‌ଷ୍ଟ୍ରଲିଆର ରିକି ପଣ୍ଟିଂ ରହିଛନ୍ତି । ସେ ମୋଟ ୭୭ଟି ଟେଷ୍ଟରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ୪୮ଟି ରେ ବିଜୟ, ୧୬ ଟେଷ୍ଟରେ ପରାଜୟ ଏବଂ ୧୩ଟି ମ୍ୟାଚ ଡ୍ର ରହିଛି । କଙ୍ଗାରୁ ଦଳର ଆଉ ଜଣେ ସଫଳ ଅଧିନାୟକ ହେଉଛନ୍ତି ଷ୍ଟିବ ଓ୍ବ । ସେ ୫୭ ଟି ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ୪୧ଟି ଟେଷ୍ଟରେ ବିଜୟ, ମାତ୍ର ୯ଟି ପରାଜୟ ଏବଂ ୭ଟି ମ୍ୟାଚ ଡ୍ର ରହିଛି ।

virat kohli equals west indies clive llyod record

   Related Posts