ଆଉ ଯିବାକୁ ପଡିବନି ବାହାରକୁ, ସ୍ବଳ୍ପମୂଲ୍ୟରେ ସମ ହସ୍ପିଟାଲରେ ସଫଳତାର ସହ ହେଉଛି ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର୧୦|୪: ସମ ହସ୍ପିଟାଲରେ ପୁଣି ବିରଳ ଅସ୍ତ୍ରପ୍ରଚାର । ବର୍ତମାନ ସମୟରେ ‘ ବୋନ – ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ’ ବା ‘ ଅସ୍ତି – ମଜା ପ୍ରତିରୋପଣ ’ ଓଡିଶାରେ ହେଉ ନାହିଁ । ଏହି ରୋଗର ନିରାକରଣ ପାଇଁ ରାଜ୍ୟ ବହାରକୁ ଯିବାକୁ ପଡୁଛି ।‘ ଅସ୍ତି – ମଜା ପ୍ରତିରୋପଣ ’  ପାଇଁ ରାଜ୍ୟବାସୀଙ୍କୁ ଆଉ ଓଡିଶା ବହାରକୁ ଯିବାକୁ ପଡିବ ନାହିଁ । କାରଣ ସମ ହସ୍ପିଟାଲରେ ଏହି ଚିକିତ୍ସା ବର୍ତମାନ ଉପଲବ୍ଧ ।

{"id":102199}

ସଫଳତାର ସହ ବିରଳ ଅସ୍ତ୍ରପ୍ରଚାର । ଖାଲି ଅସ୍ତ୍ରପ୍ରଚାର ନୁହେଁ । ସ୍ବଳ୍ବ ମୂଲ୍ୟରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ପ୍ରସିଦ୍ଧ ଲାଭ କରିଛି ସମ ହସ୍ପିଟାଲ । କେବଳ ରାଜ୍ୟ ନୁହେଁ । ଦେଶ ତଥା ବିଦେଶରେ ଏହାକୁ ନେଇ ସମ୍ ହସ୍ପିଟାଲ ସୁନାମ ଅର୍ଜନ କରିଛି । ବିଭିନ୍ନ ସମୟରେ ସମ ହସ୍ପିଟାଲକୁ ଏଥିନେଇ ସମ୍ମାନ୍ନିତ ମଧ୍ୟ କରାଯାଇଛି । ତେବେ ସମ ହସ୍ପିଟାଲର ଏହି ସଫଳତା ସହ ଯୋଡି ହୋଇଯାଇଛି ଆଉ ଏକ ଫର୍ଦ । ‘ ବୋନ – ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ’ ବା ‘ ଅସ୍ତି – ମଜା ପ୍ରତିରୋପଣ ’ ଓଡିଶାରେ ହେଉ ନାହିଁ । ଏହି ରୋଗର ନିରାକରଣ ପାଇଁ ରାଜ୍ୟ ବହାରକୁ ଯିବାକୁ ପଡୁଛି । ଆଉ ଏଥିପାଇଁ ୧୫ ରୁ ୪୦ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡୁଛି । ତେବେ ଖୁସିର କଥା ଯେ ‘ ଅସ୍ତି – ମଜା ପ୍ରତିରୋପଣ ’  ପାଇଁ ରାଜ୍ୟବାସୀଙ୍କୁ ଆଉ ଓଡିଶା ବହାରକୁ ଯିବାକୁ ପଡିବ ନାହିଁ ।

{"id":102200}

କାରଣ ସମ ହସ୍ପିଟାଲରେ ଏହି ଚିକିତ୍ସା ବର୍ତମାନ ଉପଲବ୍ଧ । ବର୍ତମାନ ପର୍ଯ୍ୟନ୍ତ ରାଜ୍ୟର ଆଉ କୌଣସି ହସ୍ପିଟାଲରେ ‘ ବୋନ – ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ’ ବା ‘ ଅସ୍ତି – ମଜା ପ୍ରତିରୋପଣ ’ ହେଉ ନାହିଁ । କେବଳ ସମ ହସ୍ପିଟାଲରେ ଏହି ସ୍ବାସ୍ଥ୍ୟ ସେବା ଉପଲବ୍ଧ । ବହାର ରାଜ୍ୟର ମେଡିକାଲାରେ ଖର୍ଚ ହେଉଥିବା ଅର୍ଥ ତୁଳନାରେ ସମ ହସ୍ପିଟାଲରେ ମାତ୍ର ସେହି ଅର୍ଥ ପଚିଶ ପ୍ରତିଶତ ଖର୍ଚ୍ଚରେ ଚିକିତ୍ସା ହୋଇପାରୁଛି । ତାସହ ରୋଗୀକୁ ଉତ୍ତମ ସ୍ବାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଅଯାଉଛି । ଜାନୁଆରୀ ମାସରୁ ‘ ଅସ୍ତି – ମଜା ପ୍ରତିରୋପଣ ’  ସ୍ବାସ୍ଥ୍ୟ ସେବା ସମ ହସ୍ପିଟାଲରେ ଆରମ୍ଭ ହୋଇଛି । ବର୍ତମାନ ଏଠାରେ ପର୍ଯ୍ୟନ୍ତ ତିନିଜଣଙ୍କର ସଫଳତା ସହ ‘ ବୋନ – ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ’ ବା ‘ ଅସ୍ତି – ମଜା ପ୍ରତିରୋପଣ ’ କରାଯାଇଛି । ଏଥିପାଇଁ ଡାକ୍ତମାନଙ୍କ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ‘ ଅସ୍ତି – ମଜା ପ୍ରତିରୋପଣ ’ କରାଯାଇଥାଏ ।

{"id":102201}

ଏହି ରୋଗ ହେବାର ବିଭିନ୍ନ କାରଣ ରହିଛି । ତେବେ ପ୍ରାଥମିକ ଅବସ୍ଥାରେ ଯଦି ଏହା ଚିହ୍ନଟ ହୋଇ ପାରିଲା । ତାହଲେ ଏହି ରୋଗରୁ ରୋଗୀକୁ ନିରାକରଣ କରାଯାଇ ପାରେ । ଯଦି କୌଣସି ବ୍ୟକ୍ତି ହେଉ ବା ମହିଳା । ଶୀଘ୍ର ଥକି ଯାଉଛନ୍ତି । ଅଳ୍ପ କାମ କଲା ପରେ ହାଲିଆ ଲାଗୁଛି । ଦେହର କୌଣସି ସ୍ଥାନରେ କ୍ଷତ ସୃଷ୍ଟି ହେଲେ ଭଲ ହେଉ ନାହିଁ । ଶରୀରରେ ରକ୍ତହୀନତ ଦେଖା ଦେଉଛି । ନୂଆରକ୍ତ ତିଆରି ବନ୍ଦ ହୋଇଯାଉଛି । ରକ୍ତ ସଂକ୍ରମିତ ହେଉଛି । ଦେହରେ ଜର ଲାଗି ରହୁଛି । ଏଭଳି ଲକ୍ଷଣ ଦେଖା ଦେଲେ ବୋନ ମ୍ୟାରୋ ବୋର ସମ୍ଭାବନା ଅଧିକ । କହିବା ପାଇଁ ଗଲେ ଏହା ମଧ୍ୟ ଏକ ପ୍ରକାର କ୍ୟାନସର । ତେବେ ଉତ୍ତମ ଚିକିତ୍ସା ଦ୍ବାରା ହିଁ  ଅସ୍ତି – ମଜା ପ୍ରତିରୋପଣ ’ କରିହେବ । ଯାହା ବର୍ତମାନ ସମ ହସ୍ପିଟାଲରେ ଉପଲବ୍ଧ ।

{"id":102203}

ସେପଟେ ରୋଗର ଲକ୍ଷଣ ଦେଖା ଦେଲେ ତୁରନ୍ତ ସମ ହସ୍ପିଟାଲ କତୃପକ୍ଷଙ୍କ ସହ ଯୋଗ କରନ୍ତୁ । ଚିକିତ୍ସାର ଅବଧି ସମୟ ତିନି ସପ୍ତାହରୁ ୨୦ ଦିନ ଭିତରେ । ଏଥିପାଇଁ ସମ ହସ୍ପିଟାଲରେ ସମସ୍ତ ପ୍ରକାର ଜନିଷ ଉପଲବ୍ଧ । ଅତ୍ୟାଧୁନିକ ଯନ୍ତ୍ରପାତି, ସ୍ବତନ୍ତ୍ର ତାଲିମ ପ୍ରାପ୍ତ ତଥା ଉଚ୍ଚ ଶିକ୍ଷିତ ଡାକ୍ତରୀ ଟିମ ଗଠନ ହୋଇଛି । ଏହି ଟିମ ଦ୍ବାରା ହିଁ  ସଫଳତାର  ସହ ‘ ବୋନ – ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ’ ବା ‘ ଅସ୍ତି – ମଜା ପ୍ରତିରୋପଣ ’ କରାଯାଉଛି ।

{"id":102204}

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପୂର୍ବାଞ୍ଚଳର ଏକ ନମ୍ବର ମେଡିକାଲ କଲେଜ । କେବଳ ଯେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ନୁହେଁ । ସ୍ବଳ୍ପ ମୁଲ୍ୟରେ ସଫଳତାର ସହ ବିରଳ ଅସ୍ତ୍ରପ୍ରଚାର କରିବାରେ ମଧ୍ୟ ସିଦ୍ଧହସ୍ତ ସମ ହସ୍ପିଟାଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.