ସମ୍‌ ଚିକିତ୍ସାରେ ମୃତ୍ୟୁ ମୁଖରୁ ଫେରିଲେ , ୭୦% ପୋଡ଼ି ଯାଇଥିବା ମହିଳାଙ୍କୁ ସୁସ୍ଥ କଲେ ସମ୍‌ ଚିକିତ୍ସକ

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: ସମ୍‌ ହସ୍ପିଟାଲର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଓ ସମ୍ ହସପିଟାଲ ଅଧିନସ୍ଥ ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅକ୍ଳାନ୍ତ ପରିଶ୍ରମ ଓ ସଫଳ ଚିକିତ୍ସା ଯୋଗୁଁ ମୃତ୍ୟୁ ମୁଖରୁ ବଂଚି ଘରକୁ ଫେରିପାରିଛନ୍ତି ପଶ୍ଚିମବଙ୍ଗ ଅନ୍ତର୍ଗତ ଦୀଘା ରାମନଗର ଅଂଚଳର ଜଣେ ୩୫ ବର୍ଷୀୟା ମହିଳା ।

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ସଂପୃକ୍ତ ମହିଳାଙ୍କର ଶରୀରର ୭୦ ଭାଗ ଗଭୀର ଭାବେ ପୋଡ଼ି  ହୋଇଯାଇଥିଲା । ମୁର୍ମୂଷୁ ଅବସ୍ଥାରେ ଗତ ଜୁନ୍ ୬ ତାରିଖରେ ସେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ ରେ ଭର୍ତି ହୋଇଥିଲେ । ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଏମ. ଲୋପାମୁଦ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଫଳରେ ତାଙ୍କ ଶରୀର ମଧ୍ୟକୁ ଧୂଆଁ ଚାଲିଯିବା ଫଳରେ ଫୁସଫୁସ ମଧ୍ୟ ଆକ୍ରାନ୍ତ ହୋଇଥିଲା । ତେଣୁ ତାଙ୍କୁ ୨୦ ଦିନ ପର୍ଯ୍ୟନ୍ତ ଭେଂଟିଲେଟରରେ ରଖାଯାଇଥିଲା ।

ସେହିପରି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ଟ୍ରାକିଓଷ୍ଟୋମି ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା । ୨୦ ଦିନ ଭେଂଟିଲେଟରରେ ରହିବା ପରେ ଧିରେ ଧିରେ ସେ ସୁସ୍ଥ ହୋଇଥିଲେ । ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଓ ବର୍ଣ୍ଣ ଆଇସିୟୁର ସମସ୍ତ ଡାକ୍ତର ଓ କର୍ମଚାରୀ ଖୁବ୍ ଯତ୍ନର ସହ ତାଙ୍କର ଚିକିତ୍ସା କରିଥିଲେ । ଉପଯୁକ୍ତ ଭାବରେ କ୍ଷତ ସ୍ଥାନର ଡ୍ରେସିଂ ଓ ଚିକିତ୍ସା ଯୋଗୁଁ ସେ ସୁସ୍ଥ ହୋଇ ନିଜେ ଚାଲିବାକୁ ମଧ୍ୟ ସକ୍ଷମ ହୋଇପାରିଲେ । କିଛି କିଛି ଫିଜିଓଥେରାପି ମଧ୍ୟ କରାଯାଇଥିଲା । ଦୀର୍ଘ ୫୦ ଦିନ ପରେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି ଡାକ୍ତର ଲୋପାମୁଦ୍ରା ।

ଡାକ୍ତର ଲୋପାମୁଦ୍ରାଙ୍କ ସମେତ ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡ. ସୁଶାନ୍ତ ମିଶ୍ର, ଡ. ବିନାୟକ ମିଶ୍ର, ବର୍ଣ୍ଣ ଆଇସିୟୁ ଇନଚାର୍ଜ, ସିନିୟର ଓ ଜୁନିୟର ରେସିଡେଂଟସ୍‌, ୱାର୍ଡ ଇନଚାର୍ଜ ଏବଂ ସମସ୍ତ କର୍ମଚାରୀମାନେ ମହିଳାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.