Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଶୁଭମନଙ୍କ ସଫଳତା ପଛର ରହସ୍ୟ ୧୫୦୦ ସର୍ଟ ବଲ୍ ! ପିତା କହିଲେ ପୁଅ କିପରି ଅଷ୍ଟ୍ରେଲିଆରେ ଦ୍ରୁତ ବୋଲରଙ୍କୁ କରିପାରିଲା ସାମ୍ନା

22/01/2021 at 11:09 AM

ନୂଆଦିଲ୍ଲୀ,୨୨/୦୧: ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି । ଦଳ ବ୍ରିସବେନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ରଚିଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଭାରତର ସିନିଅର ଖେଳାଳିମାନେ ଆହତ ହୋଇ ମ୍ୟାଚରୁ ବାଦ୍ ପଡିଥିଲେ । କେବଳ ୧୧ଜଣିଆ ଯୁବ ବାହିନୀ ଅଷ୍ଟ୍ରେଲିଆର ପେସ୍ ଆଟାକ ଓ ଧୂଆଁଧାର ବ୍ୟାଟିଂ ଉପରେ ଭାରି ପଡିଥିଲେ । ସିରିଜରେ ସଫଳ ହୋଇଥିବା ଅନ୍ୟତମ ବ୍ୟାଟସମ୍ୟାନ୍ ହେଲେ ଶୁଭମନ ଗିଲ୍ । ମ୍ୟାଚର ଶେଷ ଦିନରେ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କ୍ୟୁମିନ୍ସଙ୍କ ଭଳି ବୋଲରଙ୍କ ସାମ୍ନା କରିଥିଲେ ସେ । ଏହାସହ ଆକର୍ଷଣୀୟ ଅର୍ଦ୍ଦଶତକ ହାସଲ କରି ବ୍ୟାଟିଂର ମୂଳଦୁଆ ପକାଇଥିଲେ ।

ଶୁଭମନ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଏପରିକି ମିଚେଲ ଷ୍ଟାର୍କଙ୍କ ଗୋଟିଏ ଓଭରରେ ସେ ୨୦ ରନ୍ ସଂଗ୍ରହ କରିଥିଲେ । ପୁଲ୍ ସଟ୍, ହୁକ୍ ସଟ ଓ ବ୍ୟାକ୍ ଫୁଟରେ ସେ ଭଲ ଖେଳି ସ୍କୋର୍ କରିଥିଲେ । ସିଡନୀ ଟେଷ୍ଟରେ ପଦାର୍ପଣ କରିଥିଲେ ଏହି ଖେଳାଳିଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୂଅ ଛୁଟୁଛି । ସମସ୍ତେ ତାଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ତାଙ୍କ ଫୁଟ୍ ମୁଭମେଣ୍ଟ୍ ଅନେକଙ୍କୁ ଚକିତ ମଧ୍ୟ କରିଛି ।

ଦଳର ଏହି ଉଦୀୟମାନ କ୍ରିକେଟରଙ୍କ ପିତା ଲଖବିନ୍ଦର ସିଂ ହିଁ ପିଲାଦିନୁ ତାଙ୍କୁ କ୍ରିକେଟ ଖେଳିବା ଶିଖାଇଛନ୍ତି । ଲଖବିନ୍ଦର କୌଣସି କ୍ରିକେଟର ନେହେଲେ ମଧ୍ୟ ସେ କ୍ରିକେଟ ବିଷୟରେ ଅନେକ ଜ୍ଞାନ ରଖନ୍ତି । ଏହାସହ ପୁଅର ସ୍ୱପ୍ନକୁ ସତ କରିବାରେ ପ୍ରେରଣା ଦେଇଥିଲେ । ଲଖବିନ୍ଦର କହିଛନ୍ତି ଯେ, ସେ ଶୁଭମନଙ୍କୁ କୋଚିଂ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।  ସେମାନେ ପଞ୍ଜାବର ଏକ ଛୋଟ ଗ୍ରାମ ଚାକକେରେଓ୍ୱାଲାରେ ରୁହନ୍ତି । ଏହି ଗାଁ ମୋହାଲୀରୁ ୩୦୦ କିମି ଦୂରରେ ଅବସ୍ଥିତ । ଗାଁରେ କ୍ରିକେଟ ପାଇଁ ସେତେଟା ସୁଯୋଗ ନଥିବାରୁ ସେ ପରିବାର ସହ ମୋହାଲି ଚାଲି ଆସିଥିଲେ । ଏହାପରେ ଶୁଭମନଙ୍କୁ ମୋହାଲି କ୍ରିକେଟ ଏକାଡେମୀରେ କୋଚିଂ ନେବା ପାଇଁ ଆଡମିଶନ କରାଯାଇଥିଲା । ସେଠାରେ ଦ୍ରୁତ ବୋଲିଂର ସାମ୍ନା କରିବା ପାଇଁ ବିଭିନ୍ନ ଟିପ୍ସ ଦିଆଯାଇଥିଲା ।

ଶୁଭମନ ୯ ବର୍ଷରୁ ଦୈନିକ ୧୫୦୦ଟି ସର୍ଟ ବଲ୍ ଖେଳୁଥିଲେ । ଏହି ସବୁ ଦ୍ରୁତ ବଲ୍ ଥିଲା । ଏପରି କରିବା ଦ୍ୱାରା ସେ ବ୍ୟାଟିଂରେ ସୁଧାର ଆଣିଥିଲେ । ବ୍ୟାଟ୍ ମଝିରେ କିପରି ବଲ୍ ବାଜିବ ସେନେଇ ଅଭ୍ୟାସ ହୋଇଯାଇଥିଲା । ବ୍ୟାକ୍ ଫୁଟରେ ବଲକୁ କିପରି ସାମ୍ୱା କରାଯିବା ତାହା ମଧ୍ୟ ଶୁଭମନ ଶିଖିଥିଲେ ।

ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଶୁଭମନ ଅନେକ ସମ.ରେ ପଞ୍ଜାବର ଟପ୍ ବୋଲରଙ୍କୁ ସାମ୍ନା କରିଛନ୍ତି । ମନପ୍ରିତ୍ ପାଜିଙ୍କ ମଧ୍ୟ ସେ ସମ୍ମୁଖୀନ ହୋଇଛନ୍ତି । ଏପରି କରିବା ଦ୍ୱାରା ତାଙ୍କର ବିଭିନ୍ନ କୌଶଳରେ ବିକାଶ ହୋଇଥିଲା । ଯାହା ବ୍ରିସବେନ୍ ଟେଷ୍ଟରେ ପ୍ରତିଫଳିତ ହୋଇଥିଲା ।

   Related Posts