Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଫଳତାର ମନ୍ତ୍ର – ବିବେକାନନ୍ଦଙ୍କ ଏହି ବିଚାର ଆଣିଦେବ ସଫଳତା

12/01/2020 at 1:21 PM


ସାରା ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ବିବେକାନନ୍ଦଙ୍କର ସ୍ୱତନ୍ତ୍ର ଅବଦାନ ରହିଛି । ବିଶ୍ୱ ଦରବାରରେ ଭାରତୀୟ ସଂସ୍କୃତିକୁ ବିବେକାନନ୍ଦ ଏକ ଉଚ୍ଚସ୍ଥାନ ପ୍ରଦାନ କରିଛନ୍ତି ।ତାଙ୍କରି ପ୍ରଦତ ମାର୍ଗରେ ପିରିଚାଳିତ ହେଲେ ସଫଳତା ମିଳିବା ସହ ଏକ ସୁସ୍ଥ ନିରାମୟ ଓ ସଫଳ ଜୀବନ ଅତିବାହିତ କରିପାରିବେ ।

ମନୁଷ୍ୟ ଭିତରେ ଥିବା ଅନ୍ତରୀଣ ଶକ୍ତିକୁ ପରିପ୍ରକାଶ କରିବା ସହ ଯୁବକମାନଙ୍କୁ ଏକ ଉତ୍ତମ ମାର୍ଗରେ ପରିଚାଳିତ କରିବାରେ ବିବେକା ନନ୍ଦଙ୍କ ଉପଦେଶ ଓ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଜାନୁଆରୀ ୧୨ ତାରିଖ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ଏହି ଦିବସକୁ ଯୁବା ଦିବସ ଭାବେ ପାଳନ କରାଯାଇଥାଏ ।

ବିବେକାନନ୍ଦ କହିଥିଲେ ଉଠ ଜାଗୋ , ସେତେ ପର୍ଯ୍ୟନ୍ତ ରୁହନାହିଁ ଯେ ପର୍ଯ୍ୟନ୍ତ ସଫଳତା ମିଳିନି

ଉଠ ମୋର ସିଂହ ଶକ୍ତି ଥିବା ଯୁବ – ଭ୍ରମକୁ ସମାପ୍ତ କର । ନିଜକୁ ନିର୍ବଳୁଆ ଚିନ୍ତା କରନାହିଁ । ତୁମେ ଏକ ଅମର ଆତ୍ମା । ସ୍ୱଚ୍ଛଦ ଜୀବ । ଧନ୍ୟ । ସନାତନ । ତୁମେ ତତ୍ୱ ନୁହେଁ । ନା ଶରୀର । ତତ୍ୱ ତୁମର ସେବକ , ତୁମେ ତତ୍ୱର ସେବକ ନୁହଁ ।

ତୁମେ ଭିତରୁ ବାହାରକୁ ବିକଶିତ ହୁଅ ।ତୁମର ଆତ୍ମା ତୁମର ଗୁରୁ

ଆମେ ଭଗବାନଙ୍କୁ ଖୋଜି ପାଇଁ କେଉଁଠିକୁ ଯାଇ ପାରୁ , ମାତ୍ର ନିଜର ହୃଦୟ ଓ ପ୍ରତ୍ୟେକ ଜୀବିତ ପ୍ରାଣୀର ଭଗବାନ ଦେଖା ନଯାଆନ୍ତି ।

ବାହାର ସ୍ୱଭାବ ଭିତର ସ୍ୱଭାବର ବଡ ରୂପ ।
ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ପ୍ରଥମରୁ ଆମର । ମାତ୍ର ଆମେ ଆଖି ଉପରେ ହାତ ରଖି ଏହାକୁ ଦେଖିପାରୁ ନାହୁଁ କହୁଛୁ ଅନ୍ଧକାର ହୋଇଛି ।
ବିଶ୍ୱ ଏକ ବିଶାଳ ବ୍ୟୟାମାଶାଳା , ଯେଉଁଠାରେ ଆମେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଆସୁଛୁ

ପ୍ରକୃତ ସଫଳତା ଓ ଆନନ୍ଦର ସବୁଠାରୁ ବଡ ରହସ୍ୟ ହେଉଛି ପୁରୁଷ କିମ୍ବା ସ୍ତ୍ରୀ ପ୍ରତିବଦଳରେ କିଛି ମାଗନ୍ତି ନାହିଁ । ପୂର୍ଣ୍ଣ ରୂପରେ ନିସ୍ୱାର୍ଥ ବ୍ୟକ୍ତି ସବୁଠାରୁ ସଫଳ ।

ଏକ ଭଲ ବିଚାର ନିଅ , ତାହାକୁ ନିଜ ଜୀବନର ଲକ୍ଷ୍ୟ ବୋଲି ଭାବିନିଅ ।

   Related Posts