ବିଶ୍ବରେ ଜଣେ ବଡ଼ ମସଲା କଂପାନୀର ପ୍ରତିଷ୍ଠାତାଙ୍କ ଜୀବନ ଆରମ୍ଭ ହୋଇଥିଲା ଏମିତି...ଜାଣିବେ ତ କହିବେ ସଫଳତା ପାହାଚ ଏମିତି ଚଢ଼ାଯାଏ

Published By : Prameya-News7 Bureau | March 27, 2019 IST

ବଡ଼ ହେବା ପଛରେ ଥାଏ କେତେକେତେ ସଂଘର୍ଷ କାହାଣୀ । ଯିଏ ଜୀବନରେ ବିଫଳତାର ସ୍ବାଦ ନ ଚାଖିଛି ସିଏ ସଫଳତା ପାଇବ କେମିତି । ଭାରତ ପାକିସ୍ତାନ ଅଲଗା ହେବାବେଳେ ରିଫ୍ୟୁଜି ଶିବିରରେ ଜୀବନ କାଟିଥିଲେ ଆଜି ବିଶ୍ଵରେ ଜଣେ ସଫଳ ମସଲା କଂପାନୀର ପ୍ରତିଷ୍ଠାତା । ସେମିତି ଜଣେ ବ୍ୟକ୍ତିଙ୍କୁ ଆସନ୍ତୁ  ଜାଣିବା... ଯିଏ ନିଜ ସଫଳତା ପାଇଁ ସଂଘର୍ଷର ପାହାଚ ପରେ ପାହାଚ ଚଢ଼ି ଆସିଛନ୍ତି । ଘୋଡ଼ାଗାଡ଼ିରେ ପର୍ଯ୍ୟଟକଙ୍କୁ ବୋହି ପରିବାର ଚଳାଉଥିବା ବ୍ୟକ୍ତିଙ୍କ ପାଖରେ କୋଟିକୋଟି ଟଂକାର ମାଲିକାନା । କେବଳ ସେତିକି ନୁହେଁ ବିଭିନ୍ନଦେଶରେ ନିଜର କଂପାନୀର କାରଖାନା ମଧ୍ୟ ବସାଇ ଗୁଣବତ୍ତା ଓ ମାନ ଠିକ ରଖି ସାରାବିଶ୍ଵରେ ହୋଇପାରିଛନ୍ତି ବିଶ୍ଵାସଭାଜନ ।

{"id":97539,"width":591,"height":275}

ବର୍ତ୍ତମାନ ଏମଡ଼ିଏଚ(MDH) ବିଶ୍ଵର ବଡ଼ ବ୍ରାଣ୍ଡର ମସଲା କଂପାନୀ । ଏହି କଂପାନୀ ପ୍ରତିଷ୍ଠାତା ଧରମପାଲଙ୍କୁ କେମିତି ସଂଗ୍ରାମ ପଡ଼ିଛି କରିବାକୁ ..ଆସନ୍ତୁ ଜାଣିବା ।

{"id":97540}

ପାକିସ୍ତାନ ସିଆଲକୋଟରେ ଜନ୍ମହୋଇଥିବା ହୋଇଥିବା ଧରମପାଲଙ୍କ ବାପାଙ୍କ ନାଁ ଥିଲା ଚୁନ୍ନୀ ଲାଲ । ସେ ୧୯୧୯ ସାଲରେ ଏକ ଛୋଟିଆ ମସଲା ଦୋକାନ ସିଆଲକୋଟରେ ଦେଇଥିଲେ । ଏହି ଛୋଟ ମସଲା ଦୋକାନରୁ ପରିବାର ପ୍ରତିପୋଷଣ କରୁଥିଲେ ଚୁନ୍ନୀଲାଲ ।

କିନ୍ତୁ ଭାରତ ପାକିସ୍ତାନ ବିଭାଜନ ସମୟରେ ୫ମ ଶ୍ରେଣୀରେ ପଢ଼ୁଥିଲେ ଧରମପାଲ । ସେମାନେ ପରିବାର ସହ ଭାରତ ପଳାଇଆସିଥିଲେ । କିଛିଦିନ ପାଇଁ ଅମୃତସରରେ ରିଫ୍ୟୁଜି କ୍ୟାମ୍ପରେ ମଧ୍ୟ ରହିଥିଲେ ।

ଚୁନ୍ନୀଲାଲ ପ୍ରଥମେ ୧୫୦୦ଟଂକା ଧରମପାଲକୁ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଦେଇଥିଲେ । ସେ ସେହି ପଇସାରୁ ୬୫୦ ଟଂକାଦେଇ ଘୋଡ଼ାଗାଡ଼ିଟିଏ କିଣିଥିଲେ । ଧରମପାଲ  ଦିଲ୍ଲୀର କନ୍ନଟପ୍ଲେସରେ ଯାତ୍ରୀମାନଙ୍କୁ ନେବାଆଣିବା କରୁଥିଲେ । ସେହି ଘୋଡ଼ାଗାଡ଼ିରୁ କିଛି ଟଂକା ସଂଚୟ ରଖି କରୋଲବାଗରେ ଏକ ଦୋକାନ ଦେଇଥିଲେ ।  ୧୯୫୩ ମସିହାରେ ଚାନ୍ଦିନୀ ଚୌକ ଅଂଚଳରେ ଦେଇଥିଲେ ଆଉ ଏକ ଦୋକାନ ।

୧୯୫୯ ମସିହାରେ କିଛି ଟଂକା ସଂଚୟ କରି ଏକ ମସଲା ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ । ତାପରେ ମସଲାର ମାନ ଓ ଗୁଣବତ୍ତା କାରଣରୁ ଧିରେ ଧିରେ ଲୋକପ୍ରିୟ ମସଲାଭାବେ ସ୍ବତନ୍ତ୍ର ପରିଚୟ ଭାରତ ମାର୍କେଟରେ ତିଆରି ହୋଇଥିଲା ।

{"id":97541,"width":592,"height":360}

କେବଳ ଭାରତ କାହିଁକି ସାରାବିଶ୍ଵରେ ମଧ୍ୟ କଂପାନୀର ପଚାର-ପ୍ରସାର କରିଥିଲେ । ଆମେରିକା, ସ୍ଵିଜରଲାଣ୍ଡ,ଜାପାନ,କାନାଡ଼ା ଆଦିଦେଶରେ କଂପାନୀ ମସଲା ଫ୍ୟାକ୍ଟ୍ରି ମଧ୍ୟ ବସାଇଥିଲା ।

ଆଜି ବିଶ୍ଵରେ ଏମଡ଼ିଏଚ(MDH)  ବ୍ରାଣ୍ଡର ମସଲା କହିଲେ କିଏ ନ ଜାଣିଛି ।

{"id":97543,"width":581,"height":426}

କେବଳ ମସଲା ବ୍ୟବସାୟ ନୁହେଁ ସମାଜସେବା ପାଇଁ ଧରମଲାଲଙ୍କ ଅବଦାନ ଯଥେଷ୍ଟ । ସେ ଚୁନ୍ନୀଲାଲ ଚାରିଟେବୁଲ ଟ୍ରଷ୍ଟ କରି ବିଭିନ୍ନ ସାମାଜିକ କାମ କରିଆସୁଛନ୍ତି । ୨୫୦ ଶର୍ଯ୍ୟା ବିଶିଷ୍ଟ ହସପିଟାଲ କରି ଲୋକମାନଙ୍କୁ ମଧ୍ୟ ଯୋଗାଇ ଦେଉଛନ୍ତି ସ୍ବାସ୍ଥ୍ୟସେବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.