Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଚଳିତମାସରେ ମଧ୍ୟ ମିଳିବନି LPG ସିଲିଣ୍ଡରରେ ସବସିଡି, ଜାଣନ୍ତୁ କାହିଁକି ?

3/08/2020 at 5:06 PM

ନୂଆଦିଲ୍ଲୀ  ୩।୮: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲାଗି ମିଳୁଥିବା ଡୋମେଷ୍ଟିକ ଗ୍ୟାସ୍ ସବସିଡି ସରକାର ଗତ ମେ ମାସରୁ ବନ୍ଦ କରିଦେଇଛନ୍ତି। ଜୁନ, ଜୁଲାଇରେ ଗ୍ରାହକଙ୍କୁ ସବସିଡି ବାବଦ ରାଶି ବ୍ୟାଙ୍କ ଆକାଉଣ୍ଟରେ ଦିଆ ଯାଇନଥିବା ବେଳେ ଅଗଷ୍ଟ ମାସରେ ମଧ୍ୟ ପ୍ରଦାନ  କରାଯିବ ନାହିଁ ବୋଲି ଜଣାପଡିଛି। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ଏପ୍ରିଲମାସରେ ହ୍ରାସ ହୋଇଥିଲା। ଫଳରେ ମେ ମାସରେ ଡୋମେଷ୍ଟିକ୍‌ ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ ପ୍ରାୟ ୧୬୨ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଥିଲା।

ମୂଲ୍ୟ ହ୍ରାସ ଯୋଗୁ ସବସିଡି ଓ ବିନା ସବସିଡି ଗ୍ୟାସ୍‌ ମୂଲ୍ୟ ଏକ ହୋଇଯାଇଛି। ଏଥିରେ ଅଗଷ୍ଟ ମାସରେ ଏଲପିଜି ଦରରେ କୌଣସି ପରିବର୍ତ୍ତନ ହେଉ ନଥିବା ବେଳେ ସରକାର ସବସିଡି ଦେବା ମଧ୍ୟ ବନ୍ଦ କରିଦେଇଛନ୍ତି। ଏହି ସବସିଡି ମେ ମାସରେ ଗ୍ୟାସ୍ ମୂଲ୍ୟ ପରିବର୍ତ୍ତନ ସମୟରେ ହିଁ ହଟିଯାଇଥିଲା। ଏଣୁ ମେ, ଜୁନ ଓ ଜୁଲାଇରେ ଗ୍ରାହକଙ୍କୁ ସବସିଡି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର ହୋଇନଥିଲା।

ସେପଟେ ବିନା ସବସିଡି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ଅନେକ ହ୍ରାସ ହୋଇଛି। ତେବେ ଇତିମଧ୍ୟରେ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇଛି। ଏଣୁ ପ୍ରଚଳିତ ବ୍ୟବସ୍ଥାରେ ଥିବା ଅନ୍ତର ପ୍ରାୟ ଦୂର ହୋଇଥିବାରୁ ସରକାର ଡୋମେଷ୍ଟିକ୍‌ ଗ୍ୟାସସିଲିଣ୍ଡର ଉପରେ ସବସିଡି ପ୍ରତ୍ୟାହାର କରିଛନ୍ତି।   

   Related Posts