Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ସଂସଦ ଭବନ ପରିସରରେ ସାଂସଦଙ୍କୁ ଆଉ ମିଳିବନି ୩୫ ଟଙ୍କା ଥାଳି: ଦେବାକୁ ପଡିବ ପୁରା ଦାମ୍

19/01/2021 at 5:45 PM

ନୂଆଦିଲ୍ଲୀ ୧୯/୦୧ : ସାଂସଦଙ୍କୁ ଏବେ ଆଉ ସଂସଦ ଭବନ ପରିସର କ୍ୟାଣ୍ଟିନରେ ସବସିଡି ଖାଇବା ମିଳିବନି। ଲୋକସଭା ବାଚସ୍ପତି ଓମ ବିରଲା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓମ ବିରଲା କହିଛନ୍ତି ସାଂସଦ ଓ ଅନ୍ୟମାନଙ୍କୁ ସଂସଦ କ୍ୟାଣ୍ଟିନ ଭୋଜନରେ ଦିଆଯାଉଥିବା ସବସିଡି ବନ୍ଦ କରିଦିଆଯାଇଛି। ସଂସଦ କ୍ୟାଣ୍ଟିନକୁ ଏବେ ITDC (ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ) ଚଲାଇବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଏହି ଦାୟିତ୍ୱ ଉତ୍ତର ରେଳବାଇ ପାଖରେ ଥିଲା। ସଂସଦ କ୍ୟାଣ୍ଟିନରେ ଗୋଟିଏ ଥାଳିର ଦାମ ୩୫ ଟଙ୍କା ଥିଲା। ଦେଖନ୍ତୁ ରେଟ ଚାଟ୍। 

ଓମ ବିରଲା କହିଛନ୍ତି, ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ସଂସଦ ଅଧିବେଶନ ସମୟରେ ରାଜ୍ୟସଭା କାର୍ଯ୍ୟକାଳ ସକାଳ ୯ଟା ରୁ ଅପରାହ୍ନ ୨ଟା ଯାଏଁ ଚାଲିବ। ଲୋକସଭା କାର୍ଯ୍ୟକାଳ ସନ୍ଧ୍ୟା ୪ଟା ରୁ ରାତି ୮ଟା ଯାଏଁ ଚାଲିବ।

ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ସାଂସଦଙ୍କୁ କୋଭିଡ ଯାଞ୍ଚ କରାଇବାକୁ ଓମ ବିରଲା ଅନୁରୋଧ କରାଯିବ। ସାଂସଦଂକ ବାସଭବନ ନିକଟରେ ମଧ୍ୟ ଆରଟି-ପିସିଆର କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି।

ସଂସଦ ପରିସରରେ ଜାନୁଆରୀ ୨୭-୨୮ ତାରିଖରେ ଆରଟି-ପିସିଆର ଯାଞ୍ଚ କରାଯିବ। ସାଂସଦଙ୍କ ପରିବାର, କର୍ମଚାରୀଙ୍କର ମଧ୍ୟ ଆରଟି-ପିସିଆର କୋଭିଡ ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଓମ ବିରଲା।

   Related Posts