ରାଜ୍ୟର ତୃତୀୟ କରୋନା ସଂକ୍ରମିତ ବଢାଇଦେଲେ ଆଶଙ୍କା : ପରିବାର ସହ ଡ୍ରାଇଭର କ୍ବାରେଣ୍ଟାଇନ୍‌ରେ

Published By : Prameya-News7 Bureau | March 27, 2020 IST

ଭୁବନେଶ୍ବର ୨୭।୩: ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ତୃତୀୟ କରୋନା ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୧୦ ତାରିଖରେ ଦିଲ୍ଲୀରୁ ଫେରିଥିଲେ । ମାର୍ଚ୍ଚ ୧୩ ତାରିଖରେ ସେ ଅସୁସ୍ଥତା କାରଣରୁ ପ୍ରଥମେ ଅସୁସ୍ଥତା ଅନୁଭବ କରିଥିଲେ । ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ରେ ଭର୍ତ୍ତି ହୋଇଥିଲେ । ୨୪ ତାରିଖରେ ଡାସଚାର୍ଜ ହୋଇଥିଲେ । ତାଙ୍କୁ ମାର୍ଚ୍ଚ ୨୫ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ।

ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ, ଝିଅ ଏବଂ ଡ୍ରାଇଭରଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।  ସଂପୃକ୍ତ ୩ଜଣଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି ।  ବ୍ୟକ୍ତି ଜଣଙ୍କ ଆସିଥିବା ଇଣ୍ଡିଗୋ ବିମାନ, କର କ୍ଲିନିକ୍, ବିଧାନସଭା ଡିସପେନସରୀ ଯାଇଥିବା ଲୋକେ ଘରେ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।  ତୃତୀୟ ସଂକ୍ରମଣଙ୍କ ଦ୍ବାରା ସାମାଜିକ ସଂକ୍ରମଣ ବଢିବା ଆଶଙ୍କା ରହିଛି ।

ବେସରକାରୀ ମେଡିକାଲ ପାଇଁ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଜାରି ହେବ । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଆମ ପାଇଁ କଠିନ ପରୀକ୍ଷାର ସମୟ ବୋଲି ବାଗଚୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.