ଜୁନ ମାସ ଗୁରୁତ୍ୱପୂର୍ଣ୍ଣ, ବାକି ଅଛି କରୋନା ବିରୋଧି ଅସଲି ଯୁଦ୍ଧ: ସବଧାନ କଲେ ବାଗଚୀ, କିନ୍ତୁ ଭରସା ଦେଲେ ଆମେ ଜିତିବା

Published By : Prameya-News7 Bureau | June 06, 2020 IST

ଭୁବନେଶ୍ୱର, ୦୬|୦୬:   କରୋନା ବିରୋଧରେ ଅସଲି ଯୁଦ୍ଧ ବାକି ଅଛି ।ଓଡିଶା ପାଇଁ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ ଅଟେ। ମୌସୁମୀ ଆସୁଥିବାରୁ ଜୁନ୍ ମାସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜୁନର ବିସ୍ଫୋରଣରୁ ବର୍ତ୍ତିବାକୁ ହେଲେ ସତର୍କ ରହିବାକୁ ହେବ ।କରୋନାକୁ ପରାସ୍ତ କରିବା ସମ୍ଭବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । କିଛିଦିନର ବ୍ୟବଧାନ ପରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ସାମ୍ନାକୁ ଆସିବା ସହ କରୋନା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ସୁବ୍ରତ ବାଗଚୀ କହିଛନ୍ତି ଯେ, ସ୍ନାନଯାତ୍ରାକୁ ସୂଚାର ରୂପେ ତୁଲାଇଥିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ । ଗଜପତି ମହାରାଜ ହେଉଛନ୍ତି ସମସ୍ତଙ୍କ ପାଇଁ ଉହାଦରଣ । ସେ ସ୍ନାନଯାତ୍ରାକୁ ନଆସି  ଶ୍ରୀନଅରରେ ରହିଥିଲେ । ଏହାପୂର୍ବରୁ ଆମେରିକାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ଗଜପତି ।

ସେ ଆହୁରି କହିଛନ୍ତି ଯେ, କରୋନା ବିରୋଧରେ ଅସଲି ଯୁଦ୍ଧ ବାକି ଅଛି ।ଓଡିଶା ପାଇଁ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ ଅଟେ। ମୌସୁମୀ ଆସୁଥିବାରୁ ଜୁନ୍ ମାସ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜୁନର ବିସ୍ଫୋରଣରୁ ବର୍ତ୍ତିବାକୁ ହେଲେ ସତର୍କ ରହିବାକୁ ହେବ ।କରୋନାକୁ ପରାସ୍ତ କରିବା ସମ୍ଭବ । ଏବେ ଜୀବନ ଓ ଜୀବିକାର ଦ୍ୱନ୍ଦ୍ୱକୁ ନେି ବାସ୍ତବବାଦୀ ହେବାକୁ ପଡିବ । ଆଗକୁ ଶୃଙ୍ଖଳାର ସହ ବଞ୍ଚିବାକୁ ହେବ । ଏହାସହ ପ୍ରଶାସନିକ ଅଦଳବଦଳ ନେଇ ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ସେ ରାଜ୍ୟବାସୀଙ୍କୁ  ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.