ହିଞ୍ଜିଳିକାଟୁ ବ୍ଳକରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବ୍ରତ କୁମାର ଜେନା

Published By : Prameya-News7 Bureau | April 22, 2021 IST

ହିଞ୍ଜିଳିକାଟୁ, ୨୨/୦୪: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ଗୁରୁବାର ନୂତନ ବିଡ଼ିଓ ଭାବେ ଶ୍ରୀ ସୁବ୍ରତ କୁମାର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକରେ ପ୍ରଥମ ପୋଷ୍ଟିଙ୍ଗ ପାଇ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଗତ ୬ ମାସ ହେଲା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଳକରେ ବିଡ଼ିଓ ରୂପେ କାର୍ଯ୍ୟରତ ଥିଲେ ।

ଶ୍ରୀ ଜେନା ଗୁରୁବାର ଦିନ କାର୍ଯ୍ୟରେ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିସାରିବା ପରେ ବ୍ଳକର ସମସ୍ତ କର୍ମଚାରୀଙ୍କ ସମେତ ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଭାରପ୍ରାପ୍ତ ଥାନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଓ ଲୋକପ୍ରତିନିଧିମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ତେବେ ହିଞ୍ଜିଳି ବ୍ଳକର କିଭଳି ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିକାଶ ହୋଇପାରିବ ସେ ଉପରେ ଦୃଷ୍ଟି ଦେବାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏଥିପାଇଁ ସେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧରଣଙ୍କର ସହଯୋଗ କାମନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.