କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ବାଗଚୀ ଦମ୍ପତି ଦେଲେ ୨.୫ କୋଟି, ସୁବ୍ରତଙ୍କ ଟ୍ୱିଟ୍ ‘ବଲାଙ୍ଗୀରର ଋଣ ସୁଝିଲୁ’
5/06/2020 at 8:10 PM

ଭୁବନେଶ୍ୱର, ୦୫|୦୬: ସ୍କିଲ୍ ଡେଭଲପମେଣ୍ଟ୍ ଅଥରିଟୀର ନିର୍ଦ୍ଦେଶକ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ନିର୍ଦ୍ଦେଶକ ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିଂକୁ କରୋନା ମୁକାବିଲା ପାଇଁ ଅଢେଇ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ସୁବ୍ରତ ଓ ସୁସ୍ମିତା ବାଗଚୀ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଅଢେଇ କୋଟି ଟଙ୍କାର ଚେକ୍ ପ୍ରଦାନ କରିଚନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟ ସରକାର କରୋନା ଭାଇରସର ମୁକାବିଲା ତଥା ସାଧାରଣ ଜନତାଙ୍କୁ ଏହାର କବଳରୁ ମୁକୁଳାଇବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି ।ତେଣୁ ଏଥିରେ ସହଯୋଗ ତଥା ବଲାଙ୍ଗୀର ଜିଲ୍ଲାରେ କରୋନା ଭାଇରସର ମୁକାବିଲା ବାବଦରେ ସେ ମଧ୍ୟ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି ।
This is the Government house in which my mother had delivered me in Patnagarh in Bolangir Dist. Patnagarh is also where Susmita went to her first school. Today is giveback time. Have handed over Rs 2.5 Cr for Covid relief work in Bolangir through the Chief Minister’s Relief Fund pic.twitter.com/nBGiMN4Oca
— Subroto Bagchi (@skilledinodisha) June 5, 2020
ସୂଚନାଯୋଗ୍ୟ, ସୁବ୍ରତ ବାଗଚୀ ବଲାଙ୍ଗୀର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେହିପରି ସୁସ୍ମିତା ବାଗଚୀ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ।