୪୭ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୪୬ଜଣଙ୍କ ନମୁନା ନେଗେଟିଭ୍‌, ପଞ୍ଜୀକରଣ କରିଛନ୍ତି ୨୧୩୧

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୦୩:  ରାଜ୍ୟରେ କରୋନା ସନ୍ଦେହରେ ୪୭ ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ୪୬ ଜଣ ନେଗେଟିଭ ଆସିଛନ୍ତି । ଏହି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ରାଜ୍ୟକୁ ବିଦେଶରୁ ଆସିଥିବା ସମୁଦାୟ ୨୧୩୧ ଜଣ ପଞ୍ଜୀକରଣ କରିଛନ୍ତି। ରାଜ୍ୟର ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ମୁଖପାତ୍ର ସୁବ୍ରତ ବାଗଚି ବଖାଣିବା ପରେ ଜଗନ୍ନାଥଙ୍କ ଉପାଖ୍ୟାନ ବଖାଣିଥିଲେ ।

{"id":240533,"sizeSlug":"large"}

ଶ୍ରୀଜଗନ୍ନାଥଙ୍କୁ ଜର ହେଲେ ୧୪ ଦିନର  ଅଣସରରେ ରୁହନ୍ତି । କରୋନା ସନ୍ଦେହ ହେଲେ ୧୪ ଦିନର କ୍ବାରାଣ୍ଟାଇନ । ସୋସିଆଲ ଆଇସୋଲେସନକୁ ଶ୍ରୀଜଗନ୍ନାଥଙ୍କ ଅଣସର ସହିତ ଯୋଡ଼ି ଏହାର ମହତ୍ବ ବୁଝାଇଲେ ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ମୁଖପାତ୍ର ସୁବ୍ରତ ବାଗଚି। ଆଉ ଏଭଳି କଥା କହିବା ବେଳେ ସେ କହିଥିଲେ ଗଜପତିଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବି ବିଦେଶରୁ ଆସି ନିଜ ନାଁ ପଞ୍ଜିକୃତ କରିଛନ୍ତି। ଅନ୍ୟମାନଙ୍କ ଠାରୁ ଦୂରରେ ରହିଛନ୍ତି। ତେଣୁ ଏଭଳି ଆଇସୋଲେସନ ବା ଅଲଗା ରହିବାକୁ ଲୋକେ ନ ଡରିବାକୁ ସେ ଅପିଲ କରିଛନ୍ତି।

{"id":240534,"sizeSlug":"large"}

ସେହିପରି ଧାଡ଼ିଦିଆସିଲିରୁ ଗୋଟିଏ କାଢ଼ିନେଲେ ନିଆଁ ଯେମିତି ରହିଯାଏ ସେମିତି ଦୂରେଇ ରହିଲେ ସଂକ୍ରମଣ ବ୍ୟାପିବନି। ଏମିତି କିଛି ବାରମ୍ବାର ମେସେଜ ଦେଉଛନ୍ତି ରାଜ୍ୟ ସରକାର। ରାଜ୍ୟକୁ ବିଦେଶରୁ ଆସିଥିବା ୨୧୩୧ ଜଣ ପଞ୍ଜୀକରଣ କରିଛନ୍ତି। ସେମାନଙ୍କୁ ସୋସିଆଲ ଆଇସୋଲେସନ କରାଯାଇଛି । ହେଲ୍‌ପଲାଇନ ନମ୍ବରରେ ୧୦୪କୁ ଫୋନ କରି ମଙ୍ଗଳବାର ଦିନ ୧୩୬୨୭ ଓ ଗୁରୁବାର ଦିନ ୫୨୦୨ଜଣ ସାହାଯ୍ୟ ନେଇଛନ୍ତି।

{"id":240535,"sizeSlug":"large"}

ରାଜ୍ୟକୁ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସବୁଠାରୁ ଅଧିକ ଆସିଛନ୍ତି ଆମେରିକାରୁ, ତାପରେ ଆସିଛନ୍ତି ୟୁଏଇରୁ । ତେବେ ଚୀନରୁ କେହି ଆସିନାହାନ୍ତି ।  ଖୋର୍ଦ୍ଧାରେ ଅଧିକ ଲୋକ ବିଦେଶରୁ ଆସିଛନ୍ତି। ତାପରେ ଗଞ୍ଜାମ, କେନ୍ଦ୍ରାପଡା, ବାଲେଶ୍ଵରକୁ ଆସିଛନ୍ତି।

{"id":240536,"sizeSlug":"large"}

ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ୫୪୦ଟି ଆଇସୋଲେସନ ବେଡ ପ୍ରସ୍ତୁତ ରଖାଯାଇଛି । ୧୮ ଜଣଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି। ସେପଟେ ସଚେତନ ରହିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି।

{"id":240537,"sizeSlug":"large"}

ସେହିପରି ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ତାଙ୍କ ଭଉଣୀ ଗୀତା ମେହେଟା ମଧ୍ୟ ନିଜ ନାଁ ପଞ୍ଜିକୃତ କରିଛନ୍ତି। ପଞ୍ଚାୟତ ସ୍ତରରେ ୬୩୨୩ଟି ବିଲଡିଂ ଚିହ୍ନଟ କରାଯାଇଛି, ଯେଉଁଠାରେ ଆବଶ୍ୟକ ପଡ଼ିଲେ ମେଡ଼ିକାଲ କ୍ୟାମ୍ପ କରାଯିବ।

{"id":240538,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.