Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କର୍ଫ୍ୟୁ ବେଳେ କଣ ସବୁ ଖୋଲା ରହିବ ଏବଂ କଣ ସବୁ ବନ୍ଦ

3/04/2020 at 4:56 PM

ଭୁବନେଶ୍ଵର ୦୩।୦୪: କର୍ଫ୍ୟୁ ସମୟରେ ଭୁବନେଶ୍ଵର ବିଏମସି, ସଲଗ୍ନ ୧୮ ପଞ୍ଚାୟତ, କଟକ ମହାନଗର ନିଗମ ଏବଂ ଭଦ୍ରକ ମ୍ୟୁନିସିପାଲଟିରେ ଅତି କଡାକଡି ଭାବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ନିୟମ ପାଳନ କରାଯିବ। ଏହି ସମୟରେ ପୂର୍ବରୁ ଲକ୍ଡାଉନ୍ ପାଇଁ ଅତ୍ୟାବଶ୍ୟକ ସେବା ଲାଗି ପ୍ରଦତ୍ତ ହୋଇଥିବା ସମସ୍ତ ପାସ୍ ବା ଅନୁମତି ପତ୍ର ରଦ୍ଦ ହୋଇଯିବ।

ଏହା ସହ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ବା କର୍ଫ୍ୟୁ ଉଲ୍ଲଂଘନକାରୀଙ୍କୁ ୧୪ ଦିନିଆ କ୍ଵାରେଣ୍ଟାଇନ ସହ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ତେବେ ଏହି ସମୟରେ କିଛି ଅତ୍ୟାବଶ୍ୟକ ଗୁରୁତ୍ଵପୂର୍ଣ୍ଣ ସେବା ଜାରି ରହିବ। ସେଗୁଡିକ ହେଲା, ଚିକିତ୍ସାଳୟ ବା ଡାକ୍ତରଖାନା, ପୋଲିସ୍ ସେବା, ଅଗ୍ନି ନିର୍ବାପକ ବା ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ଟେଲି ଯୋଗାଯୋଗ ସେବା, କୋଭିଡ୍ ସଂପର୍କିତ ତଥ୍ୟ ପ୍ରଦାନକାରୀ କଲ୍ ସେଣ୍ଟର, ଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା, ପରିବହନ ସେବା, ସଂପୃକ୍ତ ମହାନଗର ନିଗମ ବା ମ୍ୟୁନିସିପାଲଟି ଦ୍ଵାରା ସୂଚିତ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ, କିଛି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ ଖୋଲା ରହିବ। ଏହା ସହ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ମାଲ୍ ପରିବହନ ଲାଗି ଖୋଲା ରହିବ, ଜାତୀୟ ରାଜପଥ ଖୋଲା ରହିବ, ମାଲ୍ ପରିବହନ ଗାଡି ଚଳାଚଳ ଜାରି ରହିବ। ଏହା ସହିତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ସୂଚିତ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ପୂର୍ବଭଳି କାର୍ଯ୍ୟ କରିବ। ଏହି ସବୁ ସେବା ଏବଂ ବ୍ୟବସ୍ଥା ବ୍ୟତୀତ ଅନ୍ୟ ସମସ୍ତ ସେବା ଏବଂ ବ୍ୟବସ୍ଥା ତଥା କାର୍ଯ୍ୟକ୍ରମ ବନ୍ଦ ରହିବ।

   Related Posts