Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||

ଷଷ୍ଠ କରୋନା ପଜିଟିଭ୍ ଜଣେ ତବଲିଗି ସଦସ୍ୟ, ରାଜ୍ୟକୁ ଫେରିଥିବା ୨୭ ତବଲିଗିଙ୍କ ମଧ୍ୟରୁ ୨୧ ଜଣଙ୍କ ନମୂନା ନେଗେଟିଭ୍ ଆସିଛି, ଆହୁରି ଆସିବେ ୪୦

3/04/2020 at 4:41 PM

ଭୁବନେଶ୍ଵର ୦୩।୦୪: ଶୁକ୍ରବାର ଚିହ୍ନଟ ହୋଇଥିବା ରାଜ୍ୟର ଷଷ୍ଠ କରୋନା ପଜିଟିଭ୍ ହେଉଛନ୍ତି ଜଣେ ତବଲିଗି ସଦସ୍ୟ। ସେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଧର୍ମ ସମ୍ମିଳନୀରେ ଯୋଗ ଦେଇ ଓଡିଶା ଫେରିଥିଲେ। ତାଙ୍କ ନମୂନା ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଏବେ ଯାଞ୍ଚ ଜାରି ରହିଛି। ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନର ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହି ସୂଚନା ଦେଇଛନ୍ତି। ଏହା ସହ ନିଜାମୁଦ୍ଦିନରୁ ଓଡିଶା ଫେରିଥିବା ତବଲିଗି ଏବଂ ସେମାନଙ୍କ ସ୍ଵାସ୍ଥ୍ୟ ସଂପର୍କରେ ମଧ୍ୟ ଶ୍ରୀବାଗ୍‌ଚୀ ସୂଚନା ରଖିଛନ୍ତି।

ନିଜାମୁଦ୍ଦିନରେ ଅନୁଷ୍ଠିତ ତବଲିଗି ଜମାତରେ ଯୋଗ ଦେବା ପରେ ଆଜି ସୁଦ୍ଧା ୨୭ ଜଣ ଓଡିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ରହିଛନ୍ତି। ସେହି ୨୭ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ କରୋନା ନମୂନା ପରୀକ୍ଷଣ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ପଜିଟିଭ୍ ଆସିଛି। ଅନ୍ୟ ପାଞ୍ଚ ଜଣଙ୍କର ପରୀକ୍ଷଣ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ସମସ୍ତ ୨୭ ତବଲିଗିଙ୍କ ପରିବାର ସଦସ୍ୟଙ୍କୁ ସଙ୍ଗରୋଧ କରି ରଖାଯାଇଛି। ଅନ୍ୟପକ୍ଷରେ ଆହୁରି ୪୦ ଜଣ ତବଲିଗି ଓଡିଶା ଫେରିବା ବାଟରେ ପଶ୍ଚିମବଙ୍ଗ, ବିହାର ଓ ଅନ୍ୟାନ୍ୟ ରାଜ୍ୟରେ ଅଟକି ରହିଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ୧୦ ଜଣ ତବଲିଗି ନିଜାମୁଦ୍ଦିନରୁ ଫେରି ଓଡିଶାର ତାଳଚେର ବୁଲିବାକୁ ଯାଇଥିଲେ। ଏବେ ସେହି ତବଲିଗି ମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ନମୂନା ପରୀକ୍ଷଣ ଜାରି ରହିଛି।

   Related Posts