ପୁଣି BJP ଉପରେ ବର୍ଷିଲେ ସୁବ୍ରମଣ୍ୟମ ସ୍ୱାମୀ, କହିଲେ ଅମିତ ଶାହ ବଦଳାଇଛନ୍ତି ଦଳର ନିୟମ

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୯।୪: ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଉତ୍ତରାଖଣ୍ଡ ସରକାରଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା  ପ୍ରକାଶ କରିଛନ୍ତି। ଦଳ ଯଦି ପ୍ରସଙ୍ଗରୁ ବାହାରକୁ ଯାଏ ତେବେ ସେ ଖୋଲାଖୋଲି ସମାଲୋଚନା କରିବେ ବୋଲି କହିଛନ୍ତି। ଏଥିରେ ସେ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗଡ଼କରୀ ଓ ରାଜନାଥ ଦଳର ସଭାପତି ଥିବା ବେଳେ ପାର୍ଟି ଫୋରମରେ ଆଲୋଚନା ହେଉଥିଲା। ହେଲେ ଅମିତ ଶାହ ଦଳର ନୀତି ବଦଳାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

wp:embed {"url":"https://twitter.com/ArtiSharma001/status/1380508609235185664","type":"rich","providerNameSlug":"twitter","responsive":true,"className":""}
https://twitter.com/ArtiSharma001/status/1380508609235185664
/wp:embed

ତେବେ ସ୍ୱାମୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାବତଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତିରଥ ସିଂହ ତାଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ ଏକ ବଡ଼ ନିଷ୍ପତ୍ତିକୁ ବଦଳାଇଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସ୍ୱାମୀ କହିଛନ୍ତି। ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ ଧାମ ସମେତ ୫୧ ମନ୍ଦିରରୁ ସରକାରୀ କର୍ତ୍ତୃତ୍ୱ ପ୍ରତ୍ୟାହାର କରିନେବେ ବୋଲି କହିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଯୋଗୁ ଦେଶର ଅନ୍ୟ ଦଳଙ୍କ ଅପେକ୍ଷା ବିଜେପିର ଭବିଷ୍ୟତ ସୁରକ୍ଷିତ ବୋଲି କହିଛନ୍ତି ସ୍ୱାମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.