ପେଗାସସ୍ ସ୍ପାଇୱେର ମାମଲା: ମୋଦି ସରକାରଙ୍କୁ ବିଜେପି ସାଂସଦଙ୍କ ପ୍ରଶ୍ନ-କୁଆଡେ ଗଲା ୩୦୦ କୋଟି ଟଙ୍କା ?

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪।୭: ପେଗାସସ୍ ସ୍ପାଇୱେର ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳି ନାହିଁ। ସେପଟେ ବିରୋଧୀ ଦଳ ସରକାରଙ୍କ ଉପରେ ରାଜନେତା, ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଗୁଇନ୍ଦା ଗିରି କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ମାମଲାରେ ସୁପ୍ରିମକୋର୍ଟଙ୍କ ଦେଖରେଖରେ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବି କରୁଛନ୍ତି। ଏଥିରେ ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ୱାମୀ ମଧ୍ୟ ସରକାରଙ୍କୁ ଘେରୁଥିବାର ଦେଖା ଯାଉଛି।

wp:embed {"url":"https://twitter.com/Swamy39/status/1418502598777196544","type":"rich","providerNameSlug":"twitter","responsive":true,"className":""}
https://twitter.com/Swamy39/status/1418502598777196544
/wp:embed

ସ୍ୱାମୀ ୨୦୧୭-୧୮ରେ ଅଚାନକ ଜାତୀୟ ସୁରକ୍ଷା ପରିଷଦର ବଜେଟ୍ କିପରି ବଢ଼ାଇ ଦିଆଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ପ୍ରସଙ୍ଗରେ ସୁବ୍ରମଣ୍ୟନ ସ୍ୱାମୀ ଶୁକ୍ରବାର ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ‘ମୁଁ ଆଜି ସଂସଦ ଲାଇବ୍ରେରୀଙ୍କୁ ଭାରତର ଜାତୀୟ. ସୁରକ୍ଷା ପରିଷଦ(ଏନଏସସି) ସଚିବାଳୟଙ୍କ ବଜେଟ୍ ସମ୍ପର୍କରେ ସୂଚନା ମାଗିଥିବା’ ଉଲ୍ଲେଖ କରିଛନ୍ତି। ୨୦୧୪-୧୫ରେ ୪୪ କୋଟି, ୧୬-୧୭ରେ ୩୩ କୋଟି ଓ ୨୦୧୭-୧୮ରେ ୩୩୩ କୋଟି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

{"id":485265,"width":837,"height":542,"sizeSlug":"large","linkDestination":"none"}

ସେ ଏହାର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି। ଏନଏସସିରେ ଏକ ନୂଆ ବିଭାଗ ଯୋଡା ଯାଇଛି, ତାହା ହେଉଛି ସାଇବର ସିକ୍ୟୁରିଟି ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ (ଆରଏଣ୍ଡଡି)। ଏଣୁ ପ୍ରସଙ୍ଗରେ ମୋଦି ସରକାରଙ୍କ ମୁଖପାତ୍ର ବର୍ଦ୍ଧିତ ୩୦୦ କୋଟି ଟଙ୍କାର ବ୍ୟୟ କିପରି ହୋଇଛି ତାହା ସାର୍ବଜନିକ କରିବା ଦରକାର ବୋଲି ସ୍ୱାମୀ ଉଲ୍ଲେଖ କରିଛନ୍ତି। ୨୦୧୭-୧୮ ମସିହାରେ ପେଗାସସ୍‌ ସ୍ପାଇୱେର କ୍ରୟ ହୋଇଥିଲା। ସେବେଠାରୁ ଏହାକୁ ନେଇ ମୋଦି ସରକାରଙ୍କ ଉପରକୁ ଅଙ୍ଗୁଳି ଉଠି ଆସୁଛି।

wp:embed {"url":"https://twitter.com/Swamy39/status/1418505831167893513","type":"rich","providerNameSlug":"twitter","responsive":true,"className":""}
https://twitter.com/Swamy39/status/1418505831167893513
/wp:embed

ଏପରିକି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ ଯେଉଁ ଯେଉଁ ଦେଶକୁ ଯାଇଛନ୍ତି ସେହି ସବୁ ଦେଶ ସହ ପେଗାସସ୍ କିଣା ନେଇ ଡିଲ ହୋଇଥିବାର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ପରେ ୨୦୧୮ ମସିହାରେ ନେତାନ୍ୟହୁ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ନେତାନ୍ୟହୁ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଲାଗି ପେଗାସସ୍ ସ୍ପାଇୱେର କ୍ରୟ ଲାଗି ପ୍ରସ୍ତାବ ଦେଇଥିଲେ। 

ସ୍ୱାମୀଙ୍କ ପୂର୍ବରୁ ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ ଏକ ଟ୍ୱିଟ୍‌ରେ ଏନଏସସି ସଚିବାଳୟର ବଜେଟ୍‌ ସମ୍ପର୍କିତ ଡକ୍ୟୁମେଣ୍ଟ ସେୟାର କରି ୩୦୦ କୋଟି ଟଙ୍କା ସାଇବର ସିକ୍ୟୁରିଟି ଆରଏଣ୍ଡଡି ନାମରେ ସଂଯୁକ୍ତ କରିଦିଆଯାଇଥିବା ଉଲ୍ଲେଖ କରିଥିଲେ। ଏହା ସେହି ବର୍ଷ ଯେଉଁ ବର୍ଷ ବିରୋଧୀ ଦଳ, ସାମ୍ବାଦିକ, ଜଜ୍, ନିର୍ବାଚନ କମିଶନ ଓ ଆକ୍ଟିଭିଷ୍ଟମାନଙ୍କୁ ପେଗାସସ୍ ଜରିଆରେ ହ୍ୟାକିଙ୍ଗ କରିବା ଲାଗି ଏନଏସଓ (ପେଗାସସ୍ ମାଲୱେର ନିର୍ମାଣକାରୀ ସଂସ୍ଥା)କୁ ୧୦୦ କୋଟି ଟଙ୍କା ଦିଆଯାଇଥିଲା ବୋଲି ଉଲ୍ଲେଖ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.