ମୋଦୀ ସରକାରଙ୍କ ମନ୍ତ୍ରୀ, ଜଜ୍‌, ସାମ୍ବାଦିକଙ୍କ ଫୋନ୍‌ ଟ୍ୟାପ୍‌ ନେଇ ଦାବି; ଲିଷ୍ଟ ଜାରି କରିପାରନ୍ତି ସୁବ୍ରମଣ୍ୟମ ସ୍ବାମୀ

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭: ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ସୁବ୍ରମଣ୍ୟମ ସ୍ବାମୀ ସୋସିଆଲ ମିଡିଆରେ ବଡ଼ ଦାବି କରିଛନ୍ତି। ମୋଦୀ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ, ଆରଏସଏସ୍‌ ନେତା, ସୁପ୍ରିମକୋର୍ଟ ଜଜ୍‌ ଏବଂ ସାମ୍ବାଦିକଙ୍କ ଫୋନ୍‌ ଟ୍ୟାପ୍‌ ହୋଇଥିବା ନେଇ ଏକ ବଡ଼ ଖବର ଓ୍ବାସିଂଟନ୍‌ ପୋଷ୍ଟ ଏବଂ ଲଣ୍ଡନ ଗାର୍ଡିଆନ୍‌ ଆଜି ସନ୍ଧ୍ୟାରେ ପ୍ରକାଶ କରିବାକୁ ଯାଉଛନ୍ତି ବୋଲି ଟ୍ବିଟରରେ ଲେଖିଛନ୍ତି ସାଂସଦ ସ୍ବାମୀ । ଫୋନ୍‌ ଟ୍ୟାପ୍‌ ପାଇଁ ଇସ୍ରାଏଲ୍‌ର କମ୍ପାନୀ ପେଗାସସ୍‌କୁ କଣ୍ଟ୍ରାକ୍ଟ ଦିଆଯାଇଥିଲା ବୋଲି ସେ ଲେଖିଛନ୍ତି ।

wp:embed {"url":"https://twitter.com/Swamy39/status/1416619048159219718","type":"rich","providerNameSlug":"twitter","responsive":true,"className":""}
https://twitter.com/Swamy39/status/1416619048159219718
/wp:embed

ସ୍ବାମୀ କହିଛନ୍ତି ଯଦି ଏହି ଖବର ସାମ୍ନାକୁ ଆସିଲା ତେବେ ମୁଁ ଲିଷ୍ଟ ସେୟାର କରିବି। ସ୍ବାମୀଙ୍କ ଟ୍ବିଟ ପ​‌ରେ ଟିଏମସି ସାଂସଦ ଡେରେକ ଓବ୍ରାୟନ କହିଛନ୍ତି, ଫୋନ୍‌ ଟ୍ୟାପିଂରେ ଅନେକ ବିାରୋଧୀ ନେତା ଟାର୍ଗେଟରେ ରହିଛନ୍ତି । ପେଗାସେସ୍‌ର ଖୁଲାସା ବହୁତ ବଡ଼ ହେବ ବୋଲି ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କହିଛନ୍ତି । ଏହା ପୂର୍ବରୁ ଶନିବାର ବରିଷ୍ଠ ସାମ୍ବାଦିକା ଶୀଲା ଭଟ୍ଟ ଟ୍ବିଟ୍‌ କରି ଭାରତ ସମେତ ବିଭିନ୍ନ ଦେଶ ସହ ଜଡ଼ିତ ବହୁ ବଡ଼ ଖବର ବ୍ରେକ ହୋଇପାରେ ବୋଲି ଜଣାଇଥିଲେ ।

କିନ୍ତୁ ୨୦୧୯ରେ ତତ୍କାଳୀନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ପେଗାସସ୍‌ ଦ୍ବାରା  ଭାରତରେ କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ ନେଇ ପ୍ରମାଣ ମିଳିନାହିଁ । ଏହା ପୂର୍ବରୁ ୨୦୧୯ରେ ଇସ୍ରାଏଲ୍‌ରେ ନିର୍ମିତ ସ୍ପାଏଓ୍ବେର ଚର୍ଚ୍ଚାକୁ ଆସିଥିଲା। ୧୪୦୦ ୟୁଜରଙ୍କ ଡାଟା ଚୋରି କରିଥିବା ନେଇ ସ୍ପାଏଓ୍ବେର ବିରୋଧରେ ମାମଲା କରିବାକୁ ହ୍ବାଟସ୍‌ଆପ୍‌ କହିଥିଲା ।

ଏଥିରେ ଅନେକ ଭାରତୀୟ ୟୁଜର ମଧ୍ୟ ସାମିଲ୍‌ ଥିଲେ। ରିପୋର୍ଟ ଅନୁସାରେ, ପେଗାସସ୍‌ ଭାରତରେ ପାଖାପଖି ଦୁଇ ଡଜନ ବୁଦ୍ଧିଜୀବୀ, ଦଳିତ ଆକ୍ଟିଭିଷ୍ଟଙ୍କ ଆକାଉଣ୍ଟ ହ୍ୟାକ୍‌ କରି ସୂଚନା ସଂଗ୍ରହ କରିଥିଲା। ଦେଢ଼ ବର୍ଷ ପରେ ପୁଣି ଥରେ ଇସ୍ରାଏଲୀ କମ୍ପାନୀ ପେଗାସସ୍‌ ଚର୍ଚ୍ଚାକୁ ଆସିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.