Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କଲେ ସୁବ୍ରମଣ୍ୟମ ସ୍ବାମୀ : କହିଲେ ଏହା ପଛରେ ରହିଛି ୨୬ଟି କାରଣ

30/07/2020 at 12:31 PM

ମୁମ୍ବାଇ ୩୦/୭: ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ନିଜ ଗମ୍ଭୀର ମନୋଭାବ ପାଇଁ ଜଣା ଯାଆନ୍ତି। ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମଧ୍ୟ ସ୍ବାମୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଓକିଲ ନିଯୁକ୍ତ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିବା ଯାଏଁ ସ୍ବାମୀ ସୁଶାନ୍ତଙ୍କ ମାମଲାରେ ଖାସ୍ ଜୋର ଦେଇଛନ୍ତି। ସେ ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି କରିଛନ୍ତି।

ଏବେ ସୁବ୍ରମଣ୍ୟମ ସ୍ବାମୀ ସୋସିଆଲ୍ ମିଡିଆରେ ବଡ଼ ବୟାନ ଦେଇଛନ୍ତି। ସେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ହତ୍ୟା କହିଛନ୍ତି। ସେ ଏଥିପାଇଁ ୨୬ଟି ବଡ଼ କାରଣ କହିଛନ୍ତି। ସ୍ବାମୀଙ୍କ ମୁତାବକ ସୁଶାନ୍ତଙ୍କ ରୁମରୁ ଆଣ୍ଟି ଡିପ୍ରେସନ ଔଷଧ ମିଳିଛି ଯାହା କେହି ହୁଏତ ସେଠାରେ ରଖି ଦେଇପାରେ। ସେ ଫାଶୀ ଦେବା ପାଇଁ ବ୍ୟବହାର ହୋଇଥିବା ପୋଷାକ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ସ୍ବାମୀଙ୍କ କହିବା ଅନୁସାରେ ସୁଶାନ୍ତଙ୍କ ବେକରୁ ମିଳିଥିବା ଦାଗ ବେଲ୍ଟ ଭଳି ଜିନିଷରୁ ଲାଗିଛି। କୁହାଯାଇଥିଲା ଯେ ସୁଶାନ୍ତ ଜୁନ୍ ୧୪ତାରିଖ ସକାଳେ ଭିଡିଓ ଗେମ୍ ଖେଳୁଥିଲେ। ସ୍ବାମୀଙ୍କ ମତରେ ଯଦି କେହି ବ୍ୟକ୍ତି ମାନସିକ ଅବସାଦରେ ଥିବ ତେବେ ସେ ଏପରି ଭିଡିଓ ଗେମ୍ ଖେଳିବ ନାହିଁ। କୌଣସି ପ୍ରକାର ସୁଇସାଇଡ ନୋଟ୍ ନମିଳିବା ମଧ୍ୟ ଆଶ୍ଚର୍ଯ୍ୟର କଥା। ତେଣୁ ସେ ଏହାକୁ ହତ୍ୟା ବୋଲି କହୁଛନ୍ତି। ସେ ଆହୁରି ମଧ୍ୟ ଅନେକ ପ୍ରକାରର ଦାବି ପ୍ରକାଶ କରିଛନ୍ତି। ଏବେ ଏହା କେତେ ସତ ଏବଂ କେତେ ମିଛ ତାହା ତଦନ୍ତରୁ ଜଣା ପଡ଼ିବ।

ସୁବ୍ରମଣ୍ୟମ ସ୍ବାମୀ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଏବିଷୟରେ କଥା ହୋଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ ସେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛନ୍ତି।

   Related Posts