ପାକ୍ ପ୍ରସଙ୍ଗରେ ସରକାରଙ୍କୁ ସୁବ୍ରମଣ୍ୟମ ସ୍ୱାମୀ ଦେଲେ ଏଭଳି ପରାମର୍ଶ, ଜାଣନ୍ତୁ କ’ଣ

Published By : Prameya-News7 Bureau | August 29, 2019 IST

ନୂଆଦିଲ୍ଲୀ :  କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରଠାରୁ ପାକିସ୍ତାନର ଭାରତ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି କ୍ରମରେ ଇମ୍ରାନ ସରକାର ପୁଣି ଥରେ ପାକ୍ ଏରୋସ୍ପେସ୍ କୁ ଅନ୍ତର୍ଜାତୀୟ ଉଡାଣ ଲାଗି ବନ୍ଦ ବନ୍ଦ କରିଦେଇଛନ୍ତି। ଏ ନେଇ ପାକ୍ ବୈଦେଶିକ ମନ୍ତ୍ରୀ କରିଥିବା ଘୋଷଣାରେ ଭାରତ ପାଇଁ ଏହି କ୍ଷେତ୍ର ବନ୍ଦ ହୋଇଛି କି ନା ତାହା ସ୍ପଷ୍ଟ କରିନାହାନ୍ତି।  ହେଲେ ଏହାକୁ ନେଇ  ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ କ୍ଷୁବ୍ଧ ହୋଇ ସରକାରଙ୍କୁ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ  ପରାମର୍ଶ ଦେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":150656}

ସୁବ୍ରମଣ୍ୟମ ଟ୍ୱିଟ୍ କରି ମୋଦି ସରକାରଙ୍କୁ ପାକ୍  ଏରୋସ୍ପେସ ବନ୍ଦ କରିବା ଭଳି ଭାରତ ତାର  ଆରବ ସାଗର ଅନ୍ତର୍ଜାତୀୟ ଜଳମାର୍ଗକୁ ବନ୍ଦ ଘୋଷଣା କରୁ ବୋଲି ପରାମର୍ଶ ଦେଇଛନ୍ତି। ଯଦି ସ୍ୱାମୀଙ୍କ ପରାମର୍ଶ ଅନୁସାରେ ସରକାର ସେଭଳି କିଛି ପଦକ୍ଷେପ ନିଅନ୍ତି ତେବେ ପାକ୍ ର ପରିସ୍ଥିତି କଣ ହେବ ତାହା ନିଜେ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ବି କଳ୍ପନା କରିପାରିବେ ନାହିଁ। ଭାରତର ନିଷ୍ପତ୍ତି ଯୋଗୁ  କରାଚୀ ବନ୍ଦର ହୁଏତ ସମ୍ପୂର୍ଣ୍ଣ ଅଚଳ ହୋଇଯାଇପାରେ। ଯେଉଁ କେତେକ ଜାହାଜ ଯିବେ ସେମାନଙ୍କ ଇନ୍ଧନ ଖର୍ଚ୍ଚ ଏତେ ବଢିଯିବ ଯେ ପାକିସ୍ତାନରୁ କୌଣସି ପଣ୍ୟ ପରିବହନର ପରିକଳ୍ପନା ବି କରାଯାଇପାରିବନି।

wp:html /wp:html

କେବଳ ପାକିସ୍ତାନ ନୁହେଁ ଚୀନ ବି ଏଥି ଯୋଗୁ ଗୁରୁତର ସମସ୍ୟାରେ ପଡିଯିବ। ଚୀନ ଓ ପାକ୍ ଗନ୍ତବ୍ୟରେ ଯାଉଥିବା ଜାହାଜଙ୍କୁ ସେମାନଙ୍କ ରାସ୍ତା ବଦଳେଇ ଆଫ୍ରିକା ଉପକୂଳ ଦେଇ ଯାତାୟାତ କରିବାକୁ ପଡିବ। ଏଥିଲାଗି ସେମାନଙ୍କର ବିପୁଳ ଇନ୍ଧନ ଖର୍ଚ୍ଚ ହେବ। ପରିବହନ ସମୟ ମଧ୍ୟ ଗୋଟିଏ ଦିନ ବଢିଯିବ। ତେବେ ଭାରତ ଏଭଳି କରିନାହିଁ ତା ନୁହେଁ । ଗତ ଫେବୃଆରୀ ମାସରେ ଭାରତ ସରକାର କଷ୍ଟମ ଡ୍ୟୁଟି ବୃଦ୍ଧି କରିଦେଇଥିଲେ। ଫଳରେ ସିମେଣ୍ଟ ବୋଝେଇ ୮ଶହ ଜାହାଜ  କରାଚୀ ବନ୍ଦରେ ଦିନ ଦିନ ଛିଡା ହୋଇ ରହିଯାଇଥିଲେ। ଫଳରେ ପାକିସ୍ତାନର ସିମେଣ୍ଟ ବ୍ୟବସାୟୀଙ୍କ ବିପୁଳ କ୍ଷତି ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.