ନିଯୁକ୍ତି ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
7/11/2019 at 11:07 AM

ବୌଦ୍ଧ ୭।୧୧: ବୌଦ୍ଧ ଜିଲ୍ଲା ଆଶାୟୀ କନିଷ୍ଠ ଶିକ୍ଷକ ସଂଘ ତରଫରୁ ନିଯୁକ୍ତି ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସିଟି, ବିଇଡି, ଓଟିଇଟି ଓ ଓଏସଏସଟି ପାସ୍ କରିବାର 4ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ କୌଣସି ନିଯୁକ୍ତିର ସୁଯୋଗ ପାଇନାହାନ୍ତି । ଯାହାଫଳରେ ଜିଲ୍ଲାର ଅନେକ ଯୁବକ ଓ ଯୁବତୀ ବେକାର ହୋଇ ବସିରହିଛିନ୍ତି ।

ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସରକାରଙ୍କ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯୁବପୀଢିଙ୍କ ଭବିଷ୍ୟତ ଆନ୍ଧାର ଆଡକୁ ଠେଳି ହୋଇଯାଉଥିବାର ଅଭିଯୋଗ ମଧ୍ୟ ଆସିଛି । ଆଗାମୀ ଦିନରେ ଦାବୀ ପୂରଣ ନହଲେ ଆନ୍ଦୋଳନ ଭୟାବହ ହେବ ବୋଲି ସଂଘ ତରଫରୁ ଚେତବନୀ ଦିଆଯାଇଛି ।
Related Posts
ଜାଗର ଦିନ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ
4 March 2021