Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ଡିଗ୍ରୀ କଲେଜରେ ବିଷୟ କମିବ, ଚାହିଦା ନଥିଲେ ବନ୍ଦ ହେବ

18/07/2020 at 1:58 PM

ଭୁବନେଶ୍ୱର,୧୮|୦୭ : ଯେଉଁ ଡିଗ୍ରୀ କଲେଜରେ କୌଣସି ବିଷୟର ଚାହିଦା ନାହିଁ କିମ୍ବା ଲଗାତର କିଛି ବର୍ଷ ହେବ ଖାଲି ପଡୁଛି ତାହାକୁ ବନ୍ଦ କରିଦିଅ । ନଚେତ୍‌ ସେହି ସିଟ୍‌ ବଦଳରେ ଅନ୍ୟ ଚାହିଦା ଥିବା ବିଭାଗଗୁଡିକର ସିଟ୍‌ ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଏଭଳି ଚିଠି ଲେଖିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଡିଗ୍ରୀ କଲେଜଗୁଡିକରେ ଖୋଲା ଯାଇଥିବା ନୂଆ ବିଭାଗଗୁଡିକରେ ସିଟ୍‌ ଆଉ ବୃଦ୍ଧି କରାଯିବ ନାହିଁ । ଅପରପକ୍ଷେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ(ପିସିଏମ୍‌), ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ(ସିବିଜେଡ୍‌), କଳା ଓ ବାଣିଜ୍ୟ ବିଭାଗରେ ସରକାର ଦ୍ୱାରା ଅନୁମୋଦିତ ସିଟ୍‌ ଅପରିବର୍ତ୍ତିତ ରହିବ । ସମ୍ମାନ ବା ଅନର୍ସରେ ସର୍ବନିମ୍ନ ସିଟ୍‌ ସଂଖ୍ୟା ୮ ରହିବ ।

ତେବେ ଯେଉଁ କଲେଜଗୁଡିକ କୌଣସି ବିଭାଗରେ ସିଟ୍‌ କମ କରିବା ସହିତ ଅନ୍ୟ କୌଣସି ବିଭାଗରେ ସିଟ୍‌ ବଢାଇବାକୁ ଚାହୁଁଥିଲେ, ସେ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି । ବିଭାଗ ବିଷୟଗୁଡିକରେ ସିଟ୍‌ ପରିବର୍ତ୍ତନକୁ ଅନୁମତି ଦେବ । ତେଣୁ ଡିଗ୍ରୀ କଲେଜଗୁଡିକ ସେମାନଙ୍କର ଆଞ୍ଚଳିକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରସ୍ତାବଗୁଡିକ ଦାଖଲ କରିବାକୁ ଶ୍ରୀ ମିଶ୍ର କହିଛନ୍ତି । ଏପରିକି ଏ ବାବଦରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ନକଲ ମଧ୍ୟ ଦେଇଛନ୍ତି । ସେହି ଅନୁସାରେ ପ୍ରସ୍ତାବ ଦେବାକୁ ସେ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରିଛନ୍ତି ।

   Related Posts